28.1 C
Bhubaneswar
Thursday, March 28, 2024
Homeଓଡିଶାନାହାନ୍ତି ଡାକ୍ତର, ରାତ୍ରି ଜଗୁଆଳି ଭରସାରେ ହରଭଙ୍ଗା ପଶୁ ଚିକିତ୍ସା କେନ୍ଦ୍ର

ନାହାନ୍ତି ଡାକ୍ତର, ରାତ୍ରି ଜଗୁଆଳି ଭରସାରେ ହରଭଙ୍ଗା ପଶୁ ଚିକିତ୍ସା କେନ୍ଦ୍ର

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ପଶୁଚିକିତ୍ସା କେନ୍ଦ୍ରଟି ଦୀର୍ଘଦିନ ହେଲା ଅବହେଳିତ ଅବସ୍ଥାରେ ପଡି ରହିଛି । ନାମକୁ ମାତ୍ର ପଶୁ ଚିକିତ୍ସା କେନ୍ଦ୍ର ରହିଥିବା ବେଳେ ଏହି କେନ୍ଦ୍ରରେ ୧୦ ବର୍ଷ ହେଲା ଜଣେ ପଶୁ ଡାକ୍ତର ଓ ଜଣେ ଅତିରିକ୍ତ ପଶୁ ଡାକ୍ତର ପଦବୀ ଖାଲିପଡିଛି । ଏପରିକି ଜଣେ ସ୍ଥାୟୀ ପ୍ରାଣିଧନ ନିରୀକ୍ଷକ ନଥିବାରୁ ଦୀର୍ଘ ବର୍ଷ ହେଲା ପଶୁ ଚିକିତ୍ସା କେନ୍ଦ୍ରଟି ଜଣେ ରାତ୍ରି ଜଗୁଆଳି ଭରସାରେ ଚାଲିଥିବା ଜଣାପଡିଛି । ଫଳରେ ଏହି ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରୁଥିବା ହରଭଙ୍ଗା, ଶଙ୍କୁଲେଇ, ଛତ୍ରଙ୍ଗ, କୁଶଙ୍ଗ, ମହାଲ୍ଲିକପଡା ଭଳି ୫ଟି ପଞ୍ଚାୟତର ହଜାର ହଜାର ଜନସାଧାରଣ ପଶୁସେବାରୁ ବଞ୍ଚିତ ହେଉଛନ୍ତି । ପଶୁ ଚିକିତ୍ସା କେନ୍ଦ୍ରର ଏଭଳି ଦୂରାବସ୍ଥା ଯୋଗୁଁ ସଠିକ ସମୟରେ ଗାଈ, ଗୋରୁ, ଛେଳି, ମେଣ୍ଢା, ପୋଢ, ମଇଁଷିଙ୍କୁ ପ୍ରତିଷେଧକ ଟିକାକରଣ କରିବାରେ ବ୍ୟତିକ୍ରମ ଘଟୁଛି । ଫଳରେ ଅଞ୍ଚଳରେ ପଶୁ ପାଳନ ପାଇଁ ଚାଷୀଙ୍କ ଆଗ୍ରହ କମୁଛି । ବର୍ତମାନ ଅଞ୍ଚଳରେ ଫାଟୁଆ ରୋଗ ବ୍ୟାପୁଥିବା ବେଳେ ପଶୁ ଡାକ୍ତରଖାନାର ଏଭଳି ଦୂରାବସ୍ଥା ପଶୁ ପାଳକଙ୍କ ଦୁଃଖ ଦୂର କରିପାରୁନି । ପଞ୍ଚାୟତରେ ଥିବା ଜଣେ ଜଣେ ଗୋମିତ୍ର ସହାୟତାରେ ପଶୁ ସେବା ଚାଲିଥିବା ଭଲି ବିକଳ ଚିତ୍ର ହରଭଙ୍ଗାରେ ଦେଖିବାକୁ ମିଳିଛି । ଏଥିପ୍ରତି ରାଜ୍ୟ ପ୍ରାଣୀ ସମ୍ପଦ ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସମାଜସେବୀ ବିଶିକେଶନ ପ୍ରଧାନ ଦାବୀ କରିଛନ୍ତି । ସୂଚନା ଥାଉ କି ହରଭଙ୍ଗା ବ୍ଲକରେ ଜଣେ ବ୍ଲକ ପଶୁ ଚିକିତ୍ସା ଅଧିକାରୀ ଭଳି ୩ଟି ଡାକ୍ତର ପଦବୀ ଖାଲିପଡିଛି । ସେହିପରି ପଶୁଧନ ନିରୀକ୍ଷକ ପଦବୀ ଖାଲିପଡିଥିବାରୁ ପଶୁ ଡାକ୍ତରଖାନା ନାମକୁ ମାତ୍ର ରହିଛି । ଫଳରେ ଚାଷୀ ପୁରାତନ ଯୁଗରେ ଚେରମୂଳି ଭରସାରେ ପଶୁ ସେବା ଚଳାଇଥିବା ମଧ୍ୟ ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking