30.1 C
Bhubaneswar
Wednesday, May 1, 2024
Homeଓଡିଶାମାର୍କେଟ କମ୍ପ୍ଲେକ୍ସ ସୂଚନାଫଳକ ରାତାରାତି ଭାଙ୍ଗିଲେ ଦୁର୍ବୃତ୍ତ

ମାର୍କେଟ କମ୍ପ୍ଲେକ୍ସ ସୂଚନାଫଳକ ରାତାରାତି ଭାଙ୍ଗିଲେ ଦୁର୍ବୃତ୍ତ

ମୟୂରଭଞ୍ଜ-ଦୁର୍ନୀତିମୁକ୍ତ ସେବା ଯୋଗାଇ ଦେବାର ଦାୟିତ୍ବବହନ କରିଥିବା ସରକାରୀ ଅଧିକାରୀ ସାଜିଛନ୍ତି ଦୁର୍ନୀତିର ସୂତ୍ରଧର। ଆଉ ବୈଷୟିକ ପରାମର୍ଶ ଦେବା ପାଇଁ ନିଯୁକ୍ତ କନିଷ୍ଠଯନ୍ତ୍ରୀ ନିର୍ମାଣକାର୍ଯ୍ୟ କରାଉଥିବା ପିଇଓଙ୍କୁ ସହଯୋଗ ଦେଇ ମାରୁଛନ୍ତି ଚୌକାଛକା। ଯେନତେନ ପ୍ରକାରେ ନିର୍ମାଣ କାର୍ଯ୍ୟ ସମ୍ପାଦନ କରି ପିଇଓ ଏବଂ କନିଷ୍ଠଯନ୍ତ୍ରୀ ମିଳିମିଶି ଲୁଟୁଛନ୍ତି ପ୍ରକଳ୍ପ ଅଟକଳ ଅର୍ଥ।ସାଧାରଣ ଲୋକଙ୍କ ନଜରରେ ଧରାପଡି ଗଲେ ଅଭିଯୋଗକାରୀଙ୍କୁ ଗାଳି କରୁଛନ୍ତି ପିଇଓ ବୋଲି ଅଭିଯୋଗ ହେଉଛି। ତେବେ ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ମୋରଡ଼ା ବ୍ଲକ ଅଧିନ ଗଡ଼ିଗାଁ ପଞ୍ଚାୟତରେ। ଏହି ପଞ୍ଚାୟତର ପିଇଓ ଜୟନାରାୟଣ କୁଣ୍ଡୁ ଏବଂ କନିଷ୍ଠଯନ୍ତ୍ରୀ ଦେବାଶିଷ କାମିଳା ଅଛନ୍ତି। ଉଭୟଙ୍କର ବୁଝାମଣା ଭଲ ରହିଥିବାରୁ ଅନେକ ସମୟରେ ରେକର୍ଡରେ ପ୍ରକଳ୍ପ ନିର୍ମାଣଶେଷ ଦର୍ଶାଇ ଲକ୍ଷାଧିକଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ ହୋଇ ଆସୁଛି । ତେବେ ପଞ୍ଚାୟତ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କେତେକ ପ୍ରକଳ୍ପ ନିର୍ମାଣର କାର୍ଯ୍ୟାଦେଶ ପିଇଓ ଜୟନାରାୟଣ କୁଣ୍ଡୁଙ୍କ ନାମରେ ରହିଛି। ସେହିସବୁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମିକମାନେ କାମନକରି ଟଙ୍କା ଉଠାଯିବା ସହିତ ମାର୍କେଟ କମ୍ପ୍ଲେକ୍ସ ଅନୁମୋଦନ ହୋଇଥିବା ସ୍ଥାନରେ କରାନଯାଇ ଅନ୍ୟ ସ୍ଥାନରେ କରାଯାଇଥିବା ଅଭିଯୋଗରେ ଅସନ୍ତୁଷ୍ଟ ଗ୍ରାମବାସୀ ଗତ ୧୬ ତାରିଖରେ ମୋରଡାବ୍ଲକ ଗେଟରେ ତାଲାପକାଇ ଧାରଣାରେ ବସିଥିଲେ । ଆଉ ବିଡିଓ ମୋରଡ଼ା ଧାରଣା ସ୍ଥଳରେ ପହଞ୍ଚି ଆଲୋଚନା କରିବା ସହିତ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବାର ନିର୍ଭର ପ୍ରତିଶୃତି ଦେଇଥିଲେ ଗ୍ରାମବାସୀଙ୍କୁ। ତେବେ ଅଭିଯୋଗର କିଛିଦିନ ପରେ ଗଡିଗାଁ ଛକଠାରେ ନିର୍ମାଣ ହେଉଥିବା ମାର୍କେଟ କମ୍ପ୍ଲେକ୍ସ ଘର ସାମ୍ନାରେ ଥିବା ସୂଚନା ଫଳକକୁ ରାତାରାତି କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ବିଡିଓ ମୋରଡ଼ାଙ୍କ ପ୍ରତିଶୃତି ବିଚାରକୁ ନେଲେ ତଦନ୍ତ ନିଶ୍ଚିତ ଭୟରେ ସୂଚନାଫଳକ ଭାଙ୍ଗି ଏବେ ଏହା ସରକାରୀ ଗୃହ ନୁହେଁ ବୋଲି ଦେଖାଇବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଯଦି ଅଭିଯୋଗ ହେଇନଥାନ୍ତା ତେବେ ମନଇଚ୍ଛା ନିମ୍ନମାନର କାମକରି ବିଲ୍ ଉଠାଇ ନେଇଥାନ୍ତେ ବୋଲି ସଙ୍ଗୀନ ଅଭିଯୋଗ ଉଠାଇ କହିଛନ୍ତି ଗ୍ରାମର ଚକ୍ରଧର ପାଳ ।

 

 

ଅପରପକ୍ଷରେ ଏହିସବୁ ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ଗଡିଗାଁ ପଞ୍ଚାୟତ ପିଇଓ ଜୟନାରୟଣ କୁଣ୍ଡୁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତେବେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଏନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା କିଛି ଖବର ପିଇଓ ଜୟନାରୟଣ କୁଣ୍ଡୁ ଙ୍କୁ ଜଣାଇବାରୁ ଅଶ୍ଳୀଳ ଭାଷାରେ ଆକ୍ଷେପ କରିଥିବା ନେଇ ଅଭିଯୋଗ କରିଛନ୍ତି ବାପି ଦାସ ।

 

 

ପ୍ରକାଶଯୋଗ୍ୟ ପିଇଓ କୁଣ୍ଡୁ ବରକନ୍ଦ ପଞ୍ଚାୟତ ଦାୟିତ୍ବରେ ଥିବା ବେଳେ ମଧ୍ୟ ସମାନ ଅଭିଯୋଗ ଆସିଥିଲା ତାଙ୍କ ବିରୋଧରେ। ଏବେ ଗଡ଼ିଗାଁ ପଞ୍ଚାୟତରେ ମଧ୍ୟ ସେହି ଏକାପ୍ରକାର ଅଭିଯୋଗ।ତେବେ ପିଇଓ କୁଣ୍ଡୁଙ୍କର ପିଛା ଛାଡ଼ୁନି ଦୁର୍ନୀତି ଅଭିଯୋଗ। ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ।କାହିଁକି ? କିଏ ଦେଉଛି ଦୁର୍ନୀତିଗ୍ରସ୍ତ ପିଇଓ କୁଣ୍ଡୁଙ୍କୁ ସୁରକ୍ଷା। ଅନ୍ୟପଟେ ସରକାର ଲୋକଙ୍କୁ ଉଚିତ ବ୍ୟବହାର ତଥା ଦୁର୍ନୀତି ରୋକିବା ପାଇଁ ‘ମୋ ସରକାର’ ଓ ୫ଟି ର ବ୍ୟବସ୍ଥା କରିଥିବା ବେଳେ ଜଣେ ସରକାରୀ ଅଫିସର ହୋଇ ଅଶ୍ଳୀଳଭାଷା ଜନସାଧାରଣକୁ କହିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠାଇଛନ୍ତି।

 

*ସେହିପରି ନିର୍ମାଣାଧୀନ ମାର୍କେଟ କମ୍ପ୍ଲେକ୍ସର ବୈଷୟିକ ପରାମର୍ଶ ସାଙ୍ଗକୁ ତଦାରଖ ଦାୟିତ୍ବରେ ଥିବା ଜେଇ ଦେବାଶିଷ କାମିଳାଙ୍କ ମତାମତ ନେବାକୁ ଆମେ ଚେଷ୍ଟା କରିବାରୁ ସେ ମୁହଁ ଲୁଚାଇ ବାଇକ ଯୋଗେ ଘଟଣାସ୍ଥଳୀରୁ ପଳାଇ ଯାଇଥିଲେ ।*

 

ତେବେ ପ୍ରମାଣ ସହ ଉପସ୍ଥାପିତ ଅଭିଯୋଗକୁନେଇ ଆଗକୁ ପ୍ରଶାସନ ପକ୍ଷରୁ କିପ୍ରକାର ପଦକ୍ଷେପ ରହୁଛି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking