କଟକ: କଟକ ଏସସିବି ମେଡିକାଲରେ ଲାଗିବ ୯ ଇକମୋ ମେସିନ । ଏହି ସୂଚନା ପ୍ରଦାନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଓଡିଶାକୁ ୯ଟି ଇକମୋ ଆସିବ, ସବୁ ଏସସିବିରେ ଲାଗିବ । ୯ରୁ ୬ଟି ରାଜ୍ୟ ସରକାରଙ୍କ ପାଣ୍ଠି, ୩ଟି ସିଏସଆରରୁ କିଣାଯିବ । ଇକମୋ ପରିଚାଳନା ପାଇଁ ଆବଶ୍ୟକ ବିଶେଷଜ୍ଞ ଚୟନ ସରିଛି । ସେମାନଙ୍କୁ ଟ୍ରେନିଂ ଦେବାକୁ କୋଲକାତା ପଠାଯିବ । ଜୁଲାଇ ୩୧ ସୁଦ୍ଧା ଟ୍ରେନିଂ ସରିବ । ଅଗଷ୍ଟ ୧୫ରୁ ଇକମୋ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି ।