31.1 C
Bhubaneswar
Tuesday, April 30, 2024
Homeଓଡିଶାଭୁବନେଶ୍ୱର ପରେ ଗଞ୍ଜାମରେ କୋଭାକ୍ସିନ୍ ଟିକା

ଭୁବନେଶ୍ୱର ପରେ ଗଞ୍ଜାମରେ କୋଭାକ୍ସିନ୍ ଟିକା

ଭୁବନେଶ୍ୱର:   ଭୁବନେଶ୍ୱର ପରେ ଗଞ୍ଜାମରେ ପ୍ରଥମ ଥର ପାଇଁ କୋଭାକ୍ସିନ୍ ଟିକାକୁ ଗଞ୍ଜାମବାସୀଙ୍କୁ ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି । ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ କୋଭାକ୍ସିନ୍ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ପ୍ରଥମ ଡୋଜ୍ ନେଇନଥିବା ଲୋକଙ୍କୁ ଏଣିକି କୋଭାକ୍ସିନ ଦିଆଯିବ । ଦ୍ୱିତୀୟ ଡୋଜ ବାକିଥିବା ହିତାଧିକାରୀଙ୍କୁ କୋଭିସିଲ୍ଡ ଦେବାକୁ ପ୍ରାଥମିକତା ଦିଅ । ସେହିପରି କରୋନା ଟିକା ଆବଣ୍ଟନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପୁଣି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁରୋଧ କରିଛନ୍ତି ଯେ କେନ୍ଦ୍ର ସରକାର ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଗାଇଡଲାଇନରେ ପରିବର୍ତ୍ତନ କରିଛନ୍ତି ।

କେନ୍ଦ୍ର ସରକାର ରାଜ୍ୟଗୁଡିକୁ ୭୫% ଟିକା ମାଗଣାରେ ଯୋଗାଇ ଦେଉଛନ୍ତି । ଏହାବ୍ୟତୀତ ୨୫% ଟିକା ଘରୋଇ ହସ୍ପିଟାଲର ସିଧାସଳଖ ଟିକା ନିର୍ମାତା କମ୍ପାନୀଠାରୁ କିଣିବେ । ହେଲେ ଓଡ଼ିଶାରେ କେବଳ ୪ ଘରୋଇ ହସ୍ପିଟାଲର ଟିକା କିଣିବା ପାଇଁ ଅନୁମତି ପାଇଛନ୍ତି । ବାସ୍ତବ କଥା ହେଲା ଓଡ଼ିଶାରେ ଘରୋଇ ହସ୍ପିଟାଲ କ୍ଷେତ୍ରରେ ମାତ୍ର ୫% ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି । ଏହା ହେଉଛି ରାଜ୍ୟର ବାସ୍ତବ ଚିତ୍ର । ତେଣୁ ଏପରି କ୍ଷେତ୍ରରେ ଓଡିଶାକୁ କେନ୍ଦ୍ର ସରକାର ୯୫% ଟିକା ପ୍ରଦାନ କରନ୍ତୁ ଓ ଘରୋଇ ହସ୍ପିଟାଲକୁ ୫% ଟିକା ପ୍ରଦାନ କରିବା ପାଇଁ ଗାଇଡଲାଇନରେ ପରିବର୍ତ୍ତନ କରାଯାଉ । ଏହି ଅନୁପାତ ଅନୁସାରେ ରାଜ୍ୟ ସରକାର ଉଭୟ ଡୋଜ୍ ବାବଦକୁ ଗତ ଜୁନ୍ ମାସର କୋଟା ଅନୁସାରେ ୮ଲକ୍ଷ ୫୯ ହଜାର ୬୦ ଡୋଜ୍ ପାଇିବାର ବାକି ରହିଛି । ଏହାବ୍ୟତୀତ ଆସନ୍ତା ଜୁଲାଇ ମାସରେ ୮ ଲକ୍ଷ ୬୦ହଜାର ୧୪୦ଡୋଜ୍ ଟିକା ପ୍ରଦାନ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking