ଭୁବନେଶ୍ୱର: ବିଏମ୍ସି ଏନ୍ଫୋର୍ସମେ ଟିମ ଏବେ ଆକ୍ସନ ମୋଡରେ । କୋଭିଡ ଗାଇଡଲାଇନ ମାନୁନଥିବା ଦୋକାନୀଙ୍କୁ ଆଉ ବରଦାସ୍ତ କରିବନି ବିଏମ୍ସି । କୋଭଡ ନିୟମ ଉଲ୍ଲଙ୍ଘନ କରୁଥିବା ଦୋକାନୀଙ୍କଠୁ ଫାଇନ ଆଦାୟ କରିବା ସହ ସିଲ କରାଯାଉଛି । ବୁଧବାର ଦକ୍ଷିଣ ପଶ୍ଚିମ ଜୋନ ଅନ୍ତର୍ଗତ ୪ଟି ମଦ ଦୋକାନ ସମେତ ୧୦ ଆମିଷ ଦୋକାନଗୁଡ଼ିକୁ ଏନ୍ଫୋର୍ସମେ ଟିମ ସିଲ କରିଛି । ଭୁବନେଶ୍ୱରରେ ଏବେ ବି ସଂକ୍ରମଣ ହାର କମିନି । ତେଣୁ ବିଏମ୍ସି ଅ ଳରେ ଲକଡାଉନ କଟକଣା ଜାରି ରହିଛି । ରାଜଧାନୀରେ ସଂକ୍ରମଣ ହାର ହ୍ରାସ କରିବା ପାଇଁ ବିଏମସି ପ୍ରୟାସ ଜାରି ରଖିଛି ।
ସହରରେ କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା ଅମାନିଆଙ୍କୁ ସାବାଡ ଲାଗି ଅଣ୍ଟା ଭିଡ଼ିଛି । ସାରା ସହରରେ ତିନି ଜୋନର ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଘୁରି ବୁଲୁଛି । ଯେଉଁଠି କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ହେଉଥିବା ବିଏମସି ଖବର ପାଉଛି, ସେଠାରେ ଏନ୍ଫୋର୍ସମେଣ୍ଟ ଟିମ୍କୁ ନେଇ ପହଞ୍ଚିଯାଉଛି । ବିଏମସିର ଏଭଳି ଲଗାତାର ଚଢ଼ଉ ଯୋଗୁ କିଛି ଅମାନିଆ ସାବାଡ ମଧ୍ୟ ହେଉଛନ୍ତି । ବୁଧବାର ବିଏମସି ଦକ୍ଷିଣ-ପଶ୍ଚିମ ଜୋନ୍ର ଡେପୁଟି କମିଶନର ରବି ନାରାୟଣ ଜେଠୀଙ୍କ ତତ୍ତ୍ୱାବଧାନରେ ଏନ୍ଫୋର୍ସମେଣ୍ଟ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ।
ଚଢ଼ଉ ସମୟରେ ବରମୁଣ୍ଡା, ନାକାଗେଟ୍, ଷ୍ଟୁଡିଓ ଛକ ଏବଂ ନୟାପଲ୍ଲୀରେ ଥିବା ଗୋଟିଏ ଲେଖାଏଁ ମଦ ଦୋକାନ ସିଲ କରାଯାଇଥିଲା । ଏହି ୪ଟି ମଦ ଦୋକାନ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ଜାଣିବାକୁ ପାଇଥିଲା ଏନ୍ଫୋର୍ସମେଣ୍ଟ ଟିମ୍ । ସେଠାରେ ଏସବୁ ମଦ ଦୋକାନଗୁଡ଼ିକୁ ସିଲ କରିବା ସହିତ ମୋଟ ୩୭ ହଜାର ଟଙ୍କା ଫାଇନ ଆଦାୟ କରିଛି ବିଏମସି । ଏହାସହ ସିଟି ୱିମେନ କଲେଜ ରୋଡରୁ ରେଣ୍ଟାଲ ଛକ ପର୍ଯ୍ୟନ୍ତ ୧୦ଟି ଆମିଷ ଦୋକାନ ସିଲ କରାଯାଇଥିଲା । ଏହି ଦୋକାନୀଙ୍କ ଠାରୁ ମୋଟ ୧୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ଶ୍ରୀ ଜେଠୀ କହିଛନ୍ତି ।