36.1 C
Bhubaneswar
Saturday, May 4, 2024
Homeଓଡିଶାବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଜୀବନଯାତ୍ରା

ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଜୀବନଯାତ୍ରା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ରେଳଷ୍ଟେସନର ଅପର ପାଶ୍ୱର୍ରେ ରହିଛି ବହୁପରାତନ ନରଣପୁର ଗ୍ରାମ । ଗ୍ରାମବାସୀ ମାନେ ବର୍ଷ ବର୍ଷ ଧରି ବଡଯୋରା ଜୋର ଉପରେ ଦୁଇଟ ଲାଇନ୍ ଖୁଂଟି ଉପରେ ଅତି ବିପଦ ପୁର୍ଣ୍ଣ ରେ ଯାତ୍ରା କରୁଛନ୍ତି । ଏହି ଜୋର ଉପରେ ପୋଲ ଓ ରେଳଧାରଣା ତଳେ ସୁଡଙ୍ଗ ତଥା ଅଣ୍ଡରପାସ୍ ନିର୍ମାଣ କରିବା ପାଇଁ ଦିର୍ଘ ଦିନ ହେଲା ଦାବି ହୋଇ ଆସୁଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନଥିବାରୁ ତିବ୍ର ଅସନ୍ତୋଷ ସୃଷ୍ଟି ହେଉଛି । ରେଳଷ୍ଟେସନର ଅପର ପାଶ୍ୱର୍ରେ ଥିବା ପୈାରାଚଂଳର ୨୧ ନଂ ୱାର୍ଡ ଓ ସଦର ବ୍ଲକ୍ କାଙ୍କଡପାଳ ଗ୍ରାମ ପଚାଂୟତର ନରଣପୁର ଗ୍ରାମବାସୀ ବସବାସ କରୁଛନ୍ତି । ଏହି ସ୍ଥାନରୁ ସହରକୁ ସିଧାସଳଖ ଗମନା ଗମନର ସୁବିଧା ନଥିବାରୁ ପ୍ରାୟ ୫ କିମି ବାଟ ବୁଲି ବୁଲି ଯିବାକୁ ପଡିଥାଏ ।

ମୁଖ୍ୟ ଷ୍ଟେସନ୍ ନିକଟ ଦେଇ ବୋହିଯାଇଥିବା ବଡଯୋରା ନାଳ ଉପରେ ବର୍ଷ ବର୍ଷ ଧରି ଲାଇନ ପୋଲ ଉପରେ ଗ୍ରାମବାସୀ ମାନେ ବିପଦ ଅବସ୍ଥାରେ ଯାତାୟତ କରିଥାନ୍ତି । ଅନେକ ସମୟରେ ଛୋଟ ପିଲାମାନେ ମଧ୍ୟ ସ୍କୁଲକୁ ପାଠ ପଢିବା ପାଇଁ ପାର ହୋଇଥାନ୍ତି । ମାତ୍ର ଅନେକ ସମୟରେ ମାଲବାହି ଟ୍ରେନ ଯିବା ଆସିବା କରିବା ଯୋଗୁଁ ବିପଦସଙ୍କୁଳ ଅବସ୍ଥାରେ ପିଲାମାନେ ସ୍କୁଲକୁ ଓ ରୋଗୀ ମାନେ ମଧ୍ୟ ଡାକ୍ତରଖାନାକୁ ଯିବା ଅସିବା କରିଥାନ୍ତି । ଗୁରୁତର ରୋଗୀଙ୍କୁ କାନ୍ଧରେ ବୋହି ନାଳ ଓ ରେଳଧାରଣା ପାର କରିବାକୁ ପଡିଥାଏ । ତେଣୁ ଏହି ସମସ୍ୟାକୁ ଆଖି ଆଗରେ ରଖି ପ୍ରଶାସନ ତରଫରୁ ଅଣ୍ଡର ବାଇପାସ ରାସ୍ତା ଓ ପୋଲ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ଆଗାମୀ ଦିନରେ ସମସ୍ୟାର ସମାଧାନ ନହେଲେ ଗ୍ରାମବାସୀ ମାନେ ରେଳରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking