33.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରେ ଟିକା ଅଭାବ : ଆଜି ୧୬ ଜିଲ୍ଲାରେ ଟିକାକରଣ ହେବନି

ରାଜ୍ୟରେ ଟିକା ଅଭାବ : ଆଜି ୧୬ ଜିଲ୍ଲାରେ ଟିକାକରଣ ହେବନି

ଭୁବନେଶ୍ୱର : ଗୁରୁବାର ଟିକା ଅଭାବରୁ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ଆଜି ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେଓଗଡ଼, ଢ଼େଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର ଓ ସୁନ୍ଦରଗଡ଼ ଆଦି ୧୬ଜିଲ୍ଲାରେ ଟିକାକରଣ ହେବନି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ପାଖରେ ବର୍ତ୍ତମାନ କୋଭାକ୍ସନ୍ ୩ଲକ୍ଷ ୨୪ହଜାର ୯୧୦ଡୋଜ୍ ଟିକା ରହିଥିବାବେଳେ ମାତ୍ର ୧୯ହଜାର ୫୨୦ ଡୋଜ୍ କୋଭିସିଲ୍ଡ ଟିକା ରହିଛି । ଟିକାର ସଂଖ୍ୟାକୁ ଦେଖି ରାଜ୍ୟରେ କେବଳ ୧୧୪ଟି ଟିକାକରଣ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ । ଏହି ୧୧୪ ଟିକା କେନ୍ଦ୍ରରୁ ଭୁବନେଶ୍ୱରରେ କେବଳ ୭୨ କେନ୍ଦ୍ରରେ ଟିକାକରଣ ହେବ । ଆଜି ରାଜ୍ୟରେ ମାତ୍ର ୪୯ହଜାର ୬୩୭ ଜଣ ଟିକା ନେଇଥିଲାବେଳେ ରାଜ୍ୟରେ ମୋଟ ଟିକାକରଣ ସଂଖ୍ୟା ୧କୋଟି ୧୮ଲକ୍ଷ ୮୫ହଜାର ୪୦୭ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking