ଭୁବନେଶ୍ୱର: ରଜ ପାଇଁ ଆଜିଠୁ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । କୋଭିଡ କଟକଣା ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି । କଟକଣା ଉଲ୍ଲଘଂନ କରି ଦୋକାନ ଖୋଲିଲେ ସିଲ ହେବ । ଆବଶ୍ୟକସ୍ଥଳେ ଦୋକାନୀ ଗିରଫ ହେବେ ବୋଲି କମିଶନର କହିଛନ୍ତି । ନିୟମ ପାଳନ କରିବାକୁ ଟ୍ୱିନ ସିଟିବାସୀଙ୍କୁ ସେ ଅପିଲ କରିଛନ୍ତି ।
ସୂଚନାଯୋଗ୍ୟ , ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬,୦୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୩,୪୪୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟସ୍ ୨,୬୫୧ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୧,୦୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ଖୋର୍ଦ୍ଧାରୁ ୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮,୩୭,୨୨୬ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍ କେସ୍ ୬୯,୩୩୩ ରହିଛି। ୭,୬୪,୬୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଅନୁଗୁଳରୁ ୨୯୫ଜଣ, ବାଲେଶ୍ୱରରୁ ୩୯୨ଜଣ, ବରଗଡ଼ରୁ ୧୦୭ ଜଣ, ଭଦ୍ରକରୁ ୨୪୬ଜଣ, ବଲାଙ୍ଗୀରରୁ ୭୭ ଜଣ, ବୌଦ୍ଧରୁ ୧୩୦ଜଣ, କଟକରୁ ୬୪୭ଜଣ, ଦେବଗଡ଼ରୁ ୨୮ ଜଣ, ଢେଙ୍କାନାଳରୁ ୭୩ଜଣ, ଗଜପତିରୁ ୪୮ ଜଣ, ଗଞ୍ଜାମରୁ ୪୫ ଜଣ, ଜଗତସିଂହପୁରରୁ ୨୨୬ ଜଣ, ଯାଜପୁରରୁ ୪୩୪ ଜଣ, ଝାରସୁଗୁଡ଼ାରୁ ୪୨ ଜଣ, କଳାହାଣ୍ଡିରୁ ୭୭ ଜଣ, କନ୍ଧମାଳରୁ ୧୧୨ ଜଣ, କେନ୍ଦ୍ରାପଡ଼ାରୁ ୨୫୩ଜଣ, କେଉଁଝରରୁ ୧୨୩ଜଣ, ଖୋର୍ଦ୍ଧାରୁ ୧୦୧୭ ଜଣ, କୋରାପୁଟରୁ ୧୨୬ ଜଣ, ମାଲକାନଗିରିରୁ ୮୪ଜଣ, ମୟୁରଭଞ୍ଜରୁ ୨୯୭ଜଣ, ନବରଙ୍ଗପୁରରୁ ୧୪୬ ଜଣ, ନୟାଗଡ଼ରୁ ୧୨୦ଜଣ, ନୂଆପଡ଼ାରୁ ୧୭ ଜଣ, ପୁରୀରୁ ୨୯୧ଜଣ, ରାୟଗଡ଼ାରୁ ୧୨୦ ଜଣ, ସମ୍ୱଲପୁରରୁ ୧୦୧ଜଣ, ସୋନପୁରରୁ ୬୪, ସୁନ୍ଦରଗଡ଼ରୁ ୨୦୮ ଓ ଷ୍ଟେଟ ପୁଲରୁ ୧୫୧କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।