32.1 C
Bhubaneswar
Thursday, March 28, 2024
Homeଓଡିଶାକେବଳ ପୁରୀ ଛଡା ସବୁଠି ରଥଯାତ୍ରା ବନ୍ଦ

କେବଳ ପୁରୀ ଛଡା ସବୁଠି ରଥଯାତ୍ରା ବନ୍ଦ

ଭୁବନେଶ୍ୱର: କେବଳ ପୁରୀ ଛଡା ଏବର୍ଷ ଅନ୍ୟ ସବୁଠି ରଥଯାତ୍ରା ନିଷେଧ କରାଯାଇଛି । ଗତବର୍ଷ ଭଳି ଏବର୍ଷ କେବଳ ପୁରୀରେ କଟକଣା ସହ ରଥଯାତ୍ରା ହେବ । ଗଲାବର୍ଷ ଭଳି ରାଜ୍ୟର ଅନ୍ୟ ସବୁ ଜାଗାରେ ରଥ ଯାତ୍ରା ବନ୍ଦ ହେବ । କଟକଣା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା ସୂଚନା ପ୍ରଦାନ କରିଛନ୍ତି । ଗତବର୍ଷ ପୁରୀରେ ଯେଉଁ କଟକଣା ଥିଲା, ଏବର୍ଷ ସେମିତି ରହିବ । ଗତବର୍ଷ ଭଳି ଏବର୍ଷ ବି ପୁରୀ ରଥଯାତ୍ରାରେ ଭକ୍ତଙ୍କୁ ବାରଣ ରହିଛି । ଯେଉଁ ସେବାୟତ ରଥଯାତ୍ରାରେ ସାମିଲ ହେବେ ଟିକା ନେଇଥିବା ଜରୁରୀ । ୨ ଡୋଜ୍ ଟିକା ନେଇଥିବେ ବା ଆରଟିପିସିଆର ନେଗେଟିଭ ଥିବେ । ରଥଯାତ୍ରା ବେଳେ କରୋନା କଟକଣା, ସାମାଜିକ ଦୂରତ୍ୱ ମାନିବା ଜରୁରୀ । ଗଲାବର୍ଷ ଭଳି ରଥଯାତ୍ରା ବେଳେ ପୁରୀରେ ଚଳିତବର୍ଷ କର୍ଫ୍ୟୁ ଲାଗିବ । ପୁରୀକୁ ବସ୍‌, ଗାଡିମୋଟର ଚଳାଚଳ ଉପରେ କଟକଣା ଲଗାଯିବ । ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଦାୟିତ୍ୱ ଆଇ ଆଣ୍ଡ ପିଆର ବିବାଗ ନେବେ । ରାଜ୍ୟର ଅନ୍ୟ ସବୁଠି କେବଳ ମନ୍ଦିର ପରିସରରେ ନୀତିକାନ୍ତି ହେବ । ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ପଡୁଛି ମହାପ୍ରଭୁଙ୍କ ରଥଯାତ୍ରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking