ପାରାଦୀପ : ପାରାଦୀପ ଗଡରେ ଆମୋନିଆ ଗ୍ୟାସ ଲିକ ହୋଇ ୧୫ ଅସୁସ୍ଥ ହୋଇପଡୁଛନ୍ତି । ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟ ଓ ବରଫ କଳରୁ ଲିକ୍ ହୋଇଥିବା ସୂଚନା ମିଳିଛି । ୩ ଗୁରୁତର ଏସସିବି ସ୍ଥାନାନ୍ତର , ଗୁରୁତରଙ୍କ ଭିତରେ ୮ ବର୍ଷର ଶିଶୁ ରହିଛନ୍ତି ା ଆମୋନିଆ ଗ୍ୟାସ ଲିକର କାରଣ ଜଣାପଡିନାହିଁ । ଗ୍ୟାସ ନିୟନ୍ତ୍ରଣ କରିବାକୁ ପାଖ ଶିଳ୍ପାଂଚଳର ଟେକ୍ସିସିଆନଙ୍କୁ ଡକାଯାଇଛି । ଗ୍ୟାସ ଲିକ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଫ୍ୟାକ୍ଟ୍ରି ଆଣ୍ଡ ବଏଲର ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇ ।