ଦେବଗଡ଼/ରିଆମାଳ : ରିଆମାଳ ଥାନା ଅନ୍ତର୍ଗତ ଖଇରନ୍ଧା ଗ୍ରାମରେ ଆଜି ପାରିବାରିକ କଳହ କୁ କେନ୍ଦ୍ର କରି ଜଣେ ନବ ଵିଵାହିତା କୀଟନାଶକ ପାନ କରି ଆତ୍ମହତ୍ୟା କରିଥିବା ଜଣାପଡିଛି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଖଇରନ୍ଧା ଭେରୁବଣି ସାହି ର ବୈଶାଖ କିସାନ (24) ଅନ୍ଧାରି ଗ୍ରାମ ର ମେଘୁ କିସାନ ଙ୍କ ଝିଅ ତାରା କିସାନ (19)ଙ୍କୁ ଗତ ତିନିମାସ ପୂର୍ବେ ପ୍ରେମ ବିବାହ କରିଥିଲେl କୌଣସି କାରଣ କୁ କେନ୍ଦ୍ର କରି ଗତ କାଲି ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ହୋଇଥିଲା l ତେବେ ରାତ୍ରୀ ରେ ଖିଆପିଆ ସାରି ସମସ୍ତେ ଶୋଇବା ପରେ ଆଜି ସକାଳୁ ତାରା ଘରେ ଥିବା କୀଟନାଶକ କୁ ପାନ କରିଦେଇଥିଲେ l
ଏହା ଜାଣି ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥା ରେ ତାରାଙ୍କ ମୃତ୍ୟୁ ଘଟିଥିଲା l ଡାକ୍ତରଖାନା କର୍ତ୍ତୃପକ୍ଷ ଙ୍କ ଠାରୁ ସୂଚନା ପାଇ ରିଆମାଳ ଥାନା ପୁଲିସ ସେଠାରେ ପହଂଚି ମୃତ ଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ମୃତଦେହ ପଞ୍ଚନାମା କରିଥିଲେl ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ରିଆମାଳ ଭାରପ୍ରାପ୍ତ ଥାନା ଅଧିକାରୀ ଗୋପବନ୍ଧୁ ବେହେରା ସୂଚନା ଦେଇଛନ୍ତି l