33.1 C
Bhubaneswar
Tuesday, April 30, 2024
Homeଓଡିଶାମୁମ୍ବାଇ-ହାୱଡ଼ା ରେଳପଥ ଉଡ଼ାଇଲେ ମାଓବାଦୀ, ଭାରତ ବନ୍ଦ ଡାକରାକୁ ନେଇ  ଭିଆଇଲେ ଧ୍ୱଂସଲୀଳା, ଅମ୍ଲଜାନ ଯୋଗାଣ...

ମୁମ୍ବାଇ-ହାୱଡ଼ା ରେଳପଥ ଉଡ଼ାଇଲେ ମାଓବାଦୀ, ଭାରତ ବନ୍ଦ ଡାକରାକୁ ନେଇ  ଭିଆଇଲେ ଧ୍ୱଂସଲୀଳା, ଅମ୍ଲଜାନ ଯୋଗାଣ ବ୍ୟାହତ

ରାଉରକେଲା :  ସାରା ଦେଶରେ ମାଓବାଦୀ  ନିପାତ କରିବା ଅଭିଯାନ ‘ଅପରେସନ୍ ପ୍ରହାର\’  ଆରମ୍ଭ ହୋଇଛି । ଏହାକୁ ବିରୋଧ ଦର୍ଶାଇ ତଥା ଆଜି ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇ ମାଓବାଦୀ ତୁମୁଲକାଣ୍ଡ ଭିଆଇଛନ୍ତି ।  ପୁଲିସ ଓ ପ୍ରଶାସନକୁ ବିରୋଧ କରିବାକୁ ଯାଇ  ରବିବାର ରାତ୍ରୀ ପ୍ରାୟ ୨ଟାରେ ରାଉରକେଲା ଠାରୁ ପ୍ରାୟ  ୮୨କିମି ଦୂରରେ ଥିବା ମୁମ୍ବାଇ-ହାୱଡା ମୁଖ୍ୟ ରେଳପଥକୁ ଲ୍ୟାର୍ଡ ମାଇନ୍ସ ଦ୍ୱାରା ଉଡ଼ାଇ ଦେଇଛନ୍ତି । ଯାହାଦ୍ୱାରା ଯାତ୍ରୀ ବହନ  ବ୍ୟାହତ ହୋଇଛି । ପ୍ରାୟ ୬ଟି ମୁଖ୍ୟ ଟ୍ରେନ୍ ଯାତାୟାତ ବ୍ୟାହତ ହୋଇଛି ।  ଯୁଦ୍ଧକାଳୀନ ଭିତ୍ତିରେ  ମରାମତି କାମ କରାଯାଇଥିଲେ ମଧ୍ୟ  ଆଜି  ସକାଳ  ସାଢ଼େ ୯ଟାରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି । ମୁଖ୍ୟତଃ ଆଜାଦ୍ ହିନ୍ଦ୍ ଏକ୍ସପ୍ରେସ୍‌କୁ ଟାର୍ଗେଟ କରି ଏପରି କରାଯାଇଥିବା ବେଳେ ମାଓବାଦୀଙ୍କ ଯୋଜନା ପଣ୍ଡ ହୋଇଥିବା କୁହାଯାଇଛି ।  ପ୍ରାୟ ୭ ଘଣ୍ଟା ମରାମତି କାର୍ଯ୍ୟପରେ  ରେଳ ଚଳାଚଳ  ସ୍ୱାଭାବିକ କରାଯାଇଛି ।  ଏଥିରେ ୬ଟି ଏକ୍ସପ୍ରେସ୍ ଟ୍ରେନ ଓ  ୨ଟି ପାସେଞ୍ଜର ଟ୍ରେନ ବାଧାପ୍ରାପ୍ତ ହୋଇଥିବା ରେଳବାଇ ପକ୍ଷରୁ କୁହାଯାଇଛି ।  ଟାଟା କମ୍ପାନୀ ଦ୍ୱାରା ଉକ୍ତ ରେଳପଥ ଯୋଗେ ମହାରାଷ୍ଟ୍ରକୁ ତରଳ ମେଡିକାଲ ଅକ୍ସିଜେନ୍‌(ଏଲଏମଓ) ପଠାଯାଉଛି । ସୂଚନା ଅନୁଯାୟୀ,  ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାବର୍ତ୍ତୀ ଚକ୍ରଧରପୁର ରେଳମଣ୍ଡଳରେ ଥିବା  ସୋନୁଆ  ଓ ଲୋଟାପାହାଡ଼ ଷ୍ଟେସନ୍ ମଧ୍ୟରେ  ମାଓବାଦୀମାନେ ପ୍ରାୟ ୨୦ କେଜିର ଲ୍ୟାଣ୍ଡ ମାଇନ୍ସ ବିଛାଇ  ଉଡ଼ାଇ ଦେଇଛନ୍ତି ।  ପ୍ରାୟ ୨୦ ମିଟର ରେଳପଥ ଏଥିରେ ନଷ୍ଟ ହୋଇଯାଇଛି ।  କିଛି ଦିନ ପୂର୍ବରୁ ମାଓବାଦୀଙ୍କ ଦମନ କରିବାକୁ ଜାରି ହୋଇଥିବା ‘ଅପରେସନ ପ୍ରହାର\’କୁ ବିରୋଧ  ଓ ଭାରତ ବନ୍ଦ ଡାକରା ଯୋଗୁ ଏପରି କାଣ୍ଡ କରାଯାଇଥିଲା ।  ଘଟଣାସ୍ଥଳରେ  ଜିଲ୍ଲା ପୁଲିସ, ଆର୍‌ପିଏଫ୍‌,  ରେଳବାଇ ଅଧିକାରୀମାନେ ପହଞ୍ôଚ ମରାମତି କାମ ଆରମ୍ଭ କରିଥିଲେ ।  ଚକ୍ରଧରପୁର ରେଳବାଇ ମଣ୍ଡଳ ପକ୍ଷରୁ ମିଳିଥିବା ସୂଚନା ଅ୍ରନୁଯାୟୀ,  ରାତି ପ୍ରାୟ ୨ଟାରେ ଏକ ମାଲବାହୀ ଟ୍ରେନ୍‌ର ଚାଳକ ଏହି ବ୍ଲାଷ୍ଟ  ଶବ୍ଦ ଶୁଣି ଚକ୍ରଧରପୁରକୁ ସୂଚିତ କରିଥିଲେ ।  ହାୱଡ଼ା- ମୁମ୍ବାଇ ଅଫ୍‌ଲାଇନ୍‌ରେ ଏହି ବ୍ଲାଷ୍ଟ କରାଯାଇଥିଲା ।  ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ  ଟାଟାନଗର, ସିନୀ,  ଚକ୍ରଧରପୁର, ସାନୁଆ, ଗୋଇଲକେରା,  ମନୋହରପୁର, ରାଉରକେଲା ଆଦିରେ ରୋକାଯାଇଥିଲା । ସେହିପରି ଟାଟା କମ୍ପାନୀ ପକ୍ଷରୁ କରୋନା ମୁକାବିଲା ଓ ରୋଗୀ ଚିକିତ୍ସା ପାଇଁ ଏଲଏମଓ ପ୍ରେରଣ ପାଇଁ ଏହି ରୁ୍‌ଟ୍ ବ୍ୟବହୃତ ହୋଇଥାଏ ।  ତେବେ ଗତ ୨ ଦିନପୂର୍ବେ ଏହି ରେଳପଥରେ ଏଲଏମଓ ଯାଇଥିବା ବେଳେ ଆଗାମୀ ଦିନରେ ଏହାର ବୁକିଂ ରହିଛି । ସମ୍ପ୍ରତି ଏହାର ସୁରକ୍ଷା ପ୍ରତି ଆଶଙ୍କା ସୃଷ୍ଟି ହୋଇଛି । ସୁରକ୍ଷା ବାହିନୀ  ଓ ସ୍ଥାନୀୟ ପୁଲିସ ପକ୍ଷରୁ କଡ଼ା  ନିରାପତ୍ତା ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking