30.1 C
Bhubaneswar
Wednesday, May 1, 2024
Homeଓଡିଶାମାନବାଧିକାର କର୍ମୀମାନେ ସମାଜର ସଜାଗ ପ୍ରହରୀ

ମାନବାଧିକାର କର୍ମୀମାନେ ସମାଜର ସଜାଗ ପ୍ରହରୀ

(ଜିଲ୍ଲାସ୍ତରୀୟ ମାନବାଧିକାର ତାଲିମ ଶିବିର ଅନୁଷ୍ଠିତ)
ଯାଜପୁର (ଓଏନଏ) : ଓଡ଼ିଶାରେ ମାନବାଧିକାର ଉଲଂଘନ ମାତ୍ରା ଦିନକୁ ଦିନ ବଢି ବଢି ଚାଲିଛି । ରାଜ୍ୟ ସରକାର ଶାସନର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମୋ ସରକାର ଓ ୫ ଟି ଯୋଜନା ପ୍ରଣୟନ କରୁଥିବା ସ୍ଥଳେ କିଛି ଅମାନିଆ ଅଧିକାରୀଙ୍କର ମେରୀରାୟ ସ୍ଵଭାଵ ଯୋଗୁଁ ସାଧାରଣ ଲୋକଟି ମୌଳିକ ଅଧିକାରରୁ ବଞ୍ଚିତ ହେଉଛି । ତୃଣମୂଳ ସ୍ତରରେ ଆଇନିର ଶାସନ ହେଉ ବା ସମ୍ବିଧାନ ପ୍ରଦତ୍ତ ଅଧିକାର ଗୁଡିକୁ କିଭଳି ସାଧାରଣ ଲୋକଟିଏ ସୁରୁଖୁରୁରେ ଉପଭୋଗ କରିପାରିବ ପ୍ରତ୍ୟେକ ଗଣତାନ୍ତ୍ରିକ ସରକାରଙ୍କ ଗୁରୁଦାୟିତ୍ୱ ଅଟେ । ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ ଓଡିଶା ମାନବାଧିକାର ଆୟୋଗର ସହଯୋଗରେ ଏକଦିବସୀୟ ଜିଲ୍ଲାସ୍ତରୀୟ ମାନବାଧିକାର ତାଲିମ ଶିବିର ଯାଜପୁର ଜିଲ୍ଲାର ଶଙ୍ଖଚିଲ୍ଲାସ୍ଥ ମା ହିଙ୍ଗୁଳା ପୀଠ ସଭାଗୃହରେ ଠାରେ ଅନୁଷ୍ଠିତ ହୋଇଥିଲା ଏଥିରେ ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଅସୀମ ଅମିତାଭ ଦାସ ଯୋଗଦେଇ କମିଶନକୁ ଆସୁଥିବା ମାମଲଗୁଡିକୁ ଗୁରୁତର ସହ ବିଚାର କରାଯାଇ ତୁରନ୍ତ ନ୍ୟାୟ ପ୍ରଦାନ କରାଯାଉଛି ବୋଲି କହିଥିଲେ । ସେ କମିଶନର ଗଠନ, ଭୂମିକା ଓ କାର୍ଯ୍ୟପ୍ରଣାଳୀ ବିଷୟରେ ବିସ୍ତୃତ ବିବରଣୀ ରଖିଥିଲେ । ଜାତୀୟ ମାନବାଧିକାର କମିଶନର କୋର କମିଟି ସଦସ୍ୟ ତଥା ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନା ସଭାପତିତ୍ୱ କରି ଓଡିଶାର ମାନବାଧିକାର ସ୍ଥିତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ମାନବାଧିକାର କର୍ମୀମାନେ କିପରି ମାନବାଧିକାର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ତାହା ଉପସ୍ଥାପନ କରିଥିଲେ । ଅନ୍ୟତମ ଅତିଥି ବକ୍ତା ଭାବେ ଓଡିଶା ମହିଳା କମିଶନର ଅଧକ୍ଷ୍ୟା ଡ଼ ମିନତୀ ବେହେରା ମାନବାଧିକାର କର୍ମୀ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ମହିଳାମାନଙ୍କ ଉପରେ ବଢ଼ୁଥିବା ହିଂସାକୁ ରୋକିବାକୁ ହେଲେ ଏମାନେ ପ୍ରମୁଖ ଭୂମିକା ନେଇପାରିବେ ବୋଲି ମତବ୍ୟକ୍ତ କରିଥିଲେ ।ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ୨୫ ପ୍ରତିଶତ ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ନ୍ୟାୟାଳୟର ସରକାରୀ ଅଧିବକ୍ତା ଗଦାଧର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଏକତା ପରିଷଦର ରାଜ୍ୟ ସଂଯୋଜକ ବିଜୟ ପ୍ରଧାନ ପ୍ରମୁଖ ଯୋଗଦେଇ ମାନବିକ ଅଧିକାର ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ ।
ପ୍ରାରମ୍ଭରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଆବାହକ ରାଜୀବ ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହିତ ତାଲିମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ରାଜ୍ୟ ସଂଯୋଜକ ରମେଶ ଭାରତୀ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେଶନକୁ ଫ୍ରଣ୍ଟର ରାଜ୍ୟ ତାଲିମ ସଂଯୋଜିକା ମନୀଷା ଦାସ ପଟ୍ଟନାୟକ ପରିଚାଳନା କରିବା ସହ ଉପସ୍ଥିତ ଶିବିରାର୍ଥୀମାନଙ୍କୁ ମାନବାଧିକାର ଉଲଂଘନ ହେଲେ କିପରି ତଥ୍ୟ ଅନୁସନ୍ଧାନ କରିବା ସହ କେଉଁଠି ଅଭିଯୋଗ କରିବେ ତାହା ଉପସ୍ଥାପନ କରିଥିଲେ । ଫ୍ରଣ୍ଟର ପ୍ରାନ୍ତୀୟ ସଂଯୋଜକ କଳ୍ପତରୁ ଖୁଣ୍ଟିଆ ମାନବାଧିକାର କର୍ମୀମାନଙ୍କୁ ବିଭିନ୍ନ ଆଇନ ଓ ନିର୍ଦ୍ଧେଶାବଳୀ ବିଷୟରେ କହିଥିଲେ । ତାଲିମ ଶିବିରକୁ ଅଭିଯୋଗ ନେଇ ଆସିଥିବା କିଛି ଅଭିଯୋଗକାରୀଙ୍କ ଅଭିଯୋଗକୁ ମାନବାଧିକାର କମିଶନ ସଦସ୍ୟ ଗ୍ରହଣକରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଇଥିଲେ । ଏହି ତାଲିମଶିବିର ପରିଚାଳନାରେ ନିରୂପମା ମଲ୍ଲିକ, ପ୍ରସନ୍ନ ପିରେଇ, ଅୟସକାନ୍ତ ଶତପଥୀ, ଶାନ୍ତିଲତା ଶତପଥୀ, ବିଶ୍ବମ୍ବର ମଲ୍ଲିକ, କାଳନ୍ଦୀ ମଲ୍ଲିକ ସନ୍ତୋଷ ବେହେରା,ସୁକଦେଵ ସାହୁ,ଗଣେଶ ରାଓ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଜିଲ୍ଲାର ସବୁ ବ୍ଲକ ଓ ନଗରନିଗମରୁ ୧୦୦ ରୁ ଉର୍ଦ୍ଧ୍ବ ମାନବାଧିକାର କର୍ମୀ ଯୋଗ ଦେଇଥିଲେ ।

ରିପୋର୍ଟ ଅଭିମନ୍ୟୁ ମିଶ୍ର ଯାଜପୁର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking