34.1 C
Bhubaneswar
Saturday, April 27, 2024
Homeଓଡିଶାମାହେଶ୍ୱରୀ ପରିବାର ର ଚତୁର୍ଥ ବାର୍ଷିକଉତ୍ସବ ଅନୁଷ୍ଠିତ

ମାହେଶ୍ୱରୀ ପରିବାର ର ଚତୁର୍ଥ ବାର୍ଷିକଉତ୍ସବ ଅନୁଷ୍ଠିତ

ବଲାଙ୍ଗିର,(ଦେବାଶିଷ ମିଶ୍ର): ମହାଶ୍ୱରୀ ସଂଗଠନର ଚତୁର୍ଥ ବାର୍ଷିକ ଉତ୍ସବ ସ୍ଥାନୀୟ ଆଇନ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ଉପ-ଜିଲ୍ଲାପାଳ ମୁଖ୍ୟ ଅତିଥି ଏବଂ ମନୋରଞ୍ଜନ ଯୋଷୀ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଥିଲେ । ସଂଗଠନର ଉପଦେଷ୍ଟା ଲୋଟସ ଷଡଙ୍ଗୀ, ଦିନେଶ ଶର୍ମା, ବ୍ୟାସଦେବ ନନ୍ଦ ଏବଂ ଡକ୍ଟର ଲଳିତ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ରୂପେ ଡ. ଘାସିରାମ ମିଶ୍ର ଏବଂ ଜୟନ୍ତ ସିଂହଦେଓ ଯୋଗଦେଇଥିଲେ । ସଂଗଠନର ମୁଖ୍ୟ ପରିଚାଳକ ଅଙ୍କୁଶ କୁମାର ପାଣ୍ଡିଆ ଏବଂ ସଭାପତି ଶୋଭନ ଅଗ୍ରୱାଲ ଉପସ୍ଥିତ ରହି ସଭାକୁ ଆରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଆଦିତ୍ୟ ପଟ୍ଟନାୟକଙ୍କୁ ତାଙ୍କ ସେବା ମନୋଭାବକୁ ପାଇିଁ ଲଳିତ ସମ୍ମାନ ଦିଆଯାଇଥିଲା । କରୋନା ଯୋଦ୍ଧା ହିସାବରେ ଡିସିଡିଏ (ଡ୍ରଗିଷ୍ଟ ଏସୋସିଏସନ) ମନୀଷ ମିଶ୍ର, ଧର୍ମେନ୍ଦ୍ର କୁମ୍ଭାର (ହାଟପଦାପଡା ଶବଦାୟ କର୍ମି), ସ୍ୱର୍ଗତ ସରୋଜ ଜେନାଙ୍କ ତରଫରୁ ତାଙ୍କ ପତ୍ନି କାଞ୍ଚନମୟୀ ଜେନାଙ୍କୁ ସମ୍ମାନିତ କରାଯାଇଥିଲା । ସ୍ୱର୍ଗତ ଲଳିତ ନାୟକ ଓ ଚିତ୍ତରଂଜନ ପ୍ରଧାନଙ୍କ ସ୍ମୃତିରେ ଏକ ଭଜନ ସନ୍ଧ୍ୟାରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗୁରୁଶ୍ରୀ ଧନେଶ୍ୱର ଦାସ, ରାମେଶ୍ୱର ଦାସ, ଭୁବନେଶ୍ୱର ଦାସ ଏବଂ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଦଳର ଅନ୍ୟାନ୍ୟ କଳାକାର ମାନେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୁଡାସିଂହା, ଲୋଇସିଂହା, ଆଗଲପୁର ସଂଗଠନର ବହୁ କର୍ମକର୍ତ୍ତା ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking