26.1 C
Bhubaneswar
Friday, March 29, 2024
Homeଓଡିଶାମହାନ ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜ଼ାଦ ଙ୍କ ବଳିଦାନ ଦିବସ ଆଇ ଏନ ଟି...

ମହାନ ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜ଼ାଦ ଙ୍କ ବଳିଦାନ ଦିବସ ଆଇ ଏନ ଟି ୟୁ ସି ଏବଂ ସି ଆଇ ଟି ୟୁ ପକ୍ଷରୁ ପାଳନ

ଯାଜପୁର (ଓଏନଏ): ଆଜି ତା 27.2.2021ରିଖ ଅଖିଳ ଭାରତ କୃଷକ ସଂଘର୍ଷ ସମିତି ଫେବୃଆରୀ 27ତାରିଖ କୁ ମହାନ ବିପ୍ଲବୀ କ୍ରାନ୍ତିକାରୀ ତଥା ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜ଼ାଦ ଙ୍କ ବଳିଦାନ ଦିବସ କୁ ଦେଶବ୍ୟାପି ସହିଦ ଦିବସ ଭାବେ ପାଳନ କରିବା ପାଇଁ ଡାକରା ଦିଆଯାଇଅଛି !ଏହି ପରିପ୍ରେକ୍ଷୀରେ ଆଇ ଏନ ଟି ୟୁ ସି ଏବଂ ସି ଆଇ ଟି ୟୁ ପକ୍ଷରୁ ମିଳିତ ଭାବେ ଡୋଲୀପୁର ନେତାଜୀ ନଗର ସ୍ଥିତ ସି ଆଇ ଟି ୟୁ କାର୍ଯ୍ୟାଳୟ ଠାରେ ସି ଆଇ ଟି ୟୁ ର ରାଜ୍ୟ ଉପ ସଭାପତି ପ୍ରଫୁଲ୍ଲ ନାୟକ ଙ୍କ ସଭାପତିତ୍ୱ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି !ଉକ୍ତ ସଭାରେ ଆଇ ଏନ ଟି ୟୁ ସି ର ଜିଲ୍ଲା ସହ ସମ୍ପାଦକ ପରମାନନ୍ଦ ସେଠୀ, ନୃସିଂହ ପହି, ବିଜୟ କୁମାର ବୋଇତାଇ, ଚନ୍ଦ୍ରକାନ୍ତ ଖଣ୍ଡାଇ, ସତ୍ୟପ୍ରକାଶ କୁଅଁର ସି ଆଇ ଟି ୟୁ ର ବେବିନା ଜେନା, ବିଜୟ ଲଷ୍ମୀ ମହାନ୍ତି,ପ୍ରଦିପ କୁମାର ମହାନ୍ତି , ଧୀରେନ୍ଦ୍ର ବେହେରା, ଏସ କେ କରିମ ପ୍ରମୁଖ ଚନ୍ଦ୍ରଶେଖର ଆଜ଼ାଦ 15ବର୍ଷ ବୟସରୁ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ ଏବଂ ସେ ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ଗଠନ କରିଥିଲେ !ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସହିଦ ଭଗତ ସିଂହ ଙ୍କ ସମେତ ଶୁକଦେବ, ଜୟୀ ରାଜଗୁରୁ ଙ୍କ ଭଳି ଅନେକ ଯୁବବର୍ଗ ସାମିଲ ହୋଇ ଏହି ସଂଗ୍ରାମରେ ସହିଦ ହୋଇଥିଲେ !ଚନ୍ଦ୍ରଶେଖର ଆଜ଼ାଦ ବ୍ରିଟିଶ ମାନଙ୍କ ପାଖରେ ଆତ୍ମ ସମର୍ପଣ ନ କରି ନିଜକୁ ନିଜେ ଗୁଳି କରି ମୃତ୍ୟବରଣ କରିଥିଲେ !ଏଠାରେ ସୂଚନା ଯୋଗ୍ୟ ଦିଲ୍ଲୀରେ ଚାଲିଥିବା କୃଷି ଆଇନ ପ୍ରତ୍ୟାହାର ଦାବିରେ 90ଦିନରୁ ଅଧିକ ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନ ରେ କେନ୍ଦ୍ର ସରକାର କୌଣସି ସମାଧାନ ନ କରି କୃଷକ ନେତାଙ୍କ ନାମରେ ମିଥ୍ୟା ମୋକଦ୍ଦମା କରି ଗିରଫ କରିବା ଘଟଣା କୁ ଆଇ ଏନ ଟି ୟୁ ସି ଏବଂ ସି ଆଇ ଟି ୟୁ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି !ଏବଂ କେନ୍ଦ୍ର ସରକାର ତୁରନ୍ତ କୃଷି ବିଲ ପ୍ରତ୍ୟାହାର କରିବାକୁ ବକ୍ତା ମାନେ ଦାବି କରିଥିଲେ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking