ଯାଜପୁର : ସୁକଦେବ ଜେନା ବୟସ ୭୦ ଓ ତାଙ୍କ ସ୍ତ୍ରୀ ଗୋଲାପ ଜେନା ବୟସ ୬୬ କିଛି ବର୍ଷ ହେବ ତଳଗଡ ପଞ୍ଚାୟତର ଗୋପୀନାଥ ପୁରରେ ରହି ଆସୁଛନ୍ତି ନା ତାଙ୍କର ପିଲାଛୁଆ ଅଛନ୍ତି ନା ନିଜର ମୁଣ୍ଡ ଗୁଞ୍ଜିବା ପାଇଁ ଘର ଟିଏ ଅଛି ଭିକ୍ଷା ବୃତ୍ତି କରି ହେଉ କି ସେଇ ଗାଁର ଆଖପାଖ ଲୋକଙ୍କ ହାତ ଟେକାରେ କାହାର ଦୟାରୁ କିଏ ଗଣ୍ଡେ ଖାଇବାକୁ ଦେଲେ ସୁକଦେବ ଓ ତାଙ୍କ ସ୍ତ୍ରୀ ଖାଇ ବଚନ୍ତି କିନ୍ତୁ ଦୁଃଖର ବିଷୟ ସୁକଦେବ ପ୍ରତିଦିନ ପରି ସେଦିନ ବି ଯାଜପୁର ରୋଡରୁ ଭିକ୍ଷା କରି ଯାହା ଗଣ୍ଡେ ପାଇଲେ ଅଣ୍ଟିରେ ଜାକି ନିଜ ଘରକୁ ଫେରୁଥିବା ସମୟରେ ଦମକଳ ଅଫିସ ସାମ୍ନାରେ ଥିବା ଗୋଲେଇ ଛକରେ ଏକ ଟ୍ରକ ଗାଡ଼ି ବୃଦ୍ଧ ସୁକଦେବଙ୍କୁ ପଛପଟୁ ଧକ୍କା ଦେବାରୁ ବୃଦ୍ଧ ଜଣଙ୍କ ରାସ୍ତାରେ ସଂଜ୍ଞାହୀନ ହୋଇ ପଡିଗଲେ କିଛି ସ୍ଥାନୀୟ ଲୋକ ସୁକଦେବଙ୍କୁ ରାସ୍ତାରୁ ଉଠାଇ ତାଙ୍କ ଗୋପୀନାଥ ପୁର ଘରେ ଛାଡ଼ିଦେଲେ ରାତିସାରା ବହୂ କଷ୍ଟ ପାଇବା ପରେ ତାଙ୍କ ଘର ପାଖରୁ କିଛି ଲୋକ ସୁକଦେବଙ୍କୁ ନେଇ ଯାଜପୁର ରୋଡ ମେଡିକାଲ୍ରେ ଦେଖାଇବା ପରେ ଡାକ୍ତର ଚିକିତ୍ସା କରି କିଛି ଔଷଧ ଦେଇ ଘରକୁ ପଠାଇ ଦେଇଥିଲେ କିନ୍ତୁ ସୁକଦେବଙ୍କ ଗୋଡ ଅଧିକ ଯନ୍ତ୍ରଣା ହେବାରୁ ତାଙ୍କୁ ଓଲଟ ପୁର ନେଇଥିଲେ ସେଠାରେ ଡାକ୍ତର ଗୋଡଟି ଭାଙ୍ଗି ଯାଇଛି କହିଲେ ଓ ଡାକ୍ତର ଅପରେସନ କରିବାକୁ କହିଲେ ଓ କିଛି ପ୍ରାଥମିକ ଚିକିତ୍ସା କରି ଘରକୁ ପଠାଇ ଦେଇଥିଲେ କିନ୍ତୁ ବୟସର ଅପାହ୍ନରେ ଭିକ୍ଷା ବୃତ୍ତି କରି ନିଜର ଦୁଇପ୍ରାଣୀ କୁଟୁମ୍ବ ପେଟ ପୋଷୁଥବା ସୁକଦେବ ପାଖରେ ଅର୍ଥ ନଥିବାରୁ ସେ ନିଜର ଗୋଡ ଅପରେସନ ପାଇଁ ଏତେ ଗୁଡା ଟଙ୍କା କୋଉଠୁ ଆଣିବେ କିଏ ଦେବ ଏହା କହି ଆଜକୁ ପ୍ରାୟ ୨୦ଦିନ ହେବ ଯନ୍ତ୍ରଣାରେ ଛଟପଟ ହୋଇ ଗୋଟିଏ ଜାଗାରେ ପଡ଼ିରହିଛନ୍ତି । ଖବର ଝୁପାଣ ଗ୍ରାମର ଯୁବକ ଅକ୍ଷୟ ଜେନା ଯାଜପୁର ରୋଡ଼ର ଯୁବ ସମାଜସେବୀ ରାଜେଶ୍ କୁମାର ରାଉତ, ଚନ୍ଦ୍ର ପ୍ରକାଶ ଜେନଙ୍କୁ ଜଣାଇଥିଲେ । ଏହାପରେ ସୁକଦେବଙ୍କୁ ରାଜେଶ୍, ଚନ୍ଦ୍ର ପ୍ରକାଶ ଜେନ,କେଶି ସାହୁ ତୁରନ୍ତ ଯାଜପୁର ରୋଡ ମେଡିକାଲକୁ ନେଇ ଡାକ୍ତର ଦେଖାଇ ଚିକିତ୍ସା କରିବା ପରେ ଏବେ ଅପରେସନ ପାଇଁ ବୋହୂ ଅର୍ଥ ଦରକାର ସେଥିପାଇଁ ରାଜେଶ୍ ପ୍ରଶାସନଙ୍କୁ ନିବେଦନ କରୁଛନ୍ତି । ଯଦି ପ୍ରଶାସନ ତରଫରୁ କିଛି ଆର୍ଥିକ ସହାୟତା ଯୋଗାଇବା ସହ ଯଦି ସ୍ବାସ୍ଥ୍ୟସେବା ଯୋଗାଇ ଦିଅନ୍ତେ ତାହେଲେ ସୁକଦେବ ସୁସ୍ଥ ହେବା ସହ ଯନ୍ତ୍ରଣାରୁ ମୁକ୍ତ ହୋଇ ସୁସ୍ଥ ହୋଇ ପୁନର୍ବାର ଭିକ୍ଷା ବୃତ୍ତିକରି ନିଜର ବୃଦ୍ଧା ଅବସ୍ଥାରେ ନିଜର ପରିବାର ପ୍ରତିପୋଷଣ କରିପାରିବେ । ଯଦି ସମାଜସେବୀ ରାଜେଶ୍ ରାଉତଙ୍କର ନିବେଦନ ପ୍ରଶାସନ ଶୁଣି ସାହାଯ୍ୟ ଯୋଗାଇ ଦିଅନ୍ତେ ତାହେଲେ ବୃଦ୍ଧା ଅବସ୍ଥାରେ ସୁକଦେବ ଙ୍କ ଉଜୁଡ଼ି ଯାଉଥିବା ସଂସାର ପୁନର୍ବାର ବଞ୍ଚି ଯାଆନ୍ତା ।