31.1 C
Bhubaneswar
Wednesday, May 1, 2024
Homeଓଡିଶାଟ୍ରକ ତଳେ ଚାପି ହୋଇ ଚାଲିଗଲା ୩ ଜୀବନ

ଟ୍ରକ ତଳେ ଚାପି ହୋଇ ଚାଲିଗଲା ୩ ଜୀବନ

ମୟୂରଭଞ୍ଜ: ୪୯ ନମ୍ବର ଜାତୀୟ ରାଜପଥ ଫୁଲଗୋନ୍ଥା ଠାରେ ସ୍କୁଟିକୁ ଧକ୍କାଦେଲା ଟ୍ରଲର ,ଫଳରେ ଟ୍ରଲର ତଳେ ଚାପିହଇ ଦୀର୍ଘ ୨ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ସ୍କୁଟି ଚାଳକ ସମେତ ତିନି ଜଣ ଟ୍ରଲର ତଳେ ଚାପି ରହିଥିଲେ । ଦୁଇଟି ଜେସିବି ସାହାଯ୍ୟ ରେ ସୁକୃଳି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ବହୁ ଚେଷ୍ଟାପରେ ଜୀବିତ ଉଦ୍ଧାର କରିଥିଲେ ବି ମେଡ଼ିକାଲ ପହଞ୍ଚିବା ପୂର୍ବରୁ ଜଣଙ୍କ ମୃତ୍ୟୁ ହଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଚାଲୁ ଥିବା ଅବସ୍ତାରେ ମୃତ୍ୟୁ ହଇଥିଲା ।ତେବେ ମୃତ୍ୟୁ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନି ।ଘଟଣା ସ୍ଥଳରେ ଉତ୍ତକ୍ତ ଲକଙ୍କ ଦ୍ୱାରା ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କିଛି ସମୟ ପାଇଁ ହଇଥିଲା ।ତେବେ ଏପରି ଦୀର୍ଘ ସମୟ ଧରି ଜୀବନ ବଞ୍ଚାଇବା ପାଇଁ କାକୁତି ମିନତୀ ହଇ ଚାପି ହଇ ଥିବା ଗୁରୁତର ଆହତ ବ୍ୟକ୍ତି ଜିବନ ବଞ୍ଚାଇବା ଚିତ୍କାର କରୁଥିଲେ ବି କେହି ବଞ୍ଚାଇ ପାରି ନ ଥିଲେ । ତେବେ ଗୋଟେପଟେ ଯନ୍ତ୍ରଣା ଅନ୍ୟପଟେ ବଞ୍ଚିବାର ଆଶାନେଇ ବିକଳ ଭାବେ ଉପସ୍ଥିତ ଲୋକଙ୍କୁ ଚାହିଁବାର ସେ କରୁଣ ଦୃଶ୍ୟ ପରିବେଶକୁ ଗମ୍ଭୀର କରି ପକାଉଥିଲା। ଯାହା ଦେଖଣାହାରୀଙ୍କୁ ବ୍ୟସ୍ତବିବ୍ରତ କରି ପକାଉଥିଲା ହେଲେ ଚେଷ୍ଟା କରି ମଧ୍ୟ କେହି କିଛି କରିନପାରି ଅସହାୟ ହୋଇ ପଡ଼ିଥିଲେ। ଯାହା ଫଳରେ ତିନିତିନିଟି ମୂଲ୍ୟବାନ ଜୀବନ ଚାଲି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking