32.1 C
Bhubaneswar
Saturday, May 4, 2024
Homeଓଡିଶା୧୮୫ତମ ଦିବସରେ ପହଁଚିଲା କରୋନା ସଚେତନତା କାର୍ଯ୍ୟକ୍ରମ

୧୮୫ତମ ଦିବସରେ ପହଁଚିଲା କରୋନା ସଚେତନତା କାର୍ଯ୍ୟକ୍ରମ

ଯାଜପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ଅନ୍ତର୍ଗତ ବାବଲପୁରସ୍ଥିତ ଜାତୀୟ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ଫାଉଣ୍ଡେସନର ଓ ଫାଉଣ୍ଡେସନ ଦ୍ଵାରା ପରିଚାଳିତ ମଙ୍ଗଳପୁର ସ୍ଥିତ ଡଲଫିନ୍ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ପକ୍ଷରୁ ଆଜକୁ ଦୀର୍ଘ ୧୮୫ଦିନ ଧରି କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିବା ବେଳେ, ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ପ୍ରଭାବିତ ଅଞ୍ଚଳ ମାନଙ୍କରେ ଲୋକମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାକୁ ଆଖି ଆଗରେ ରଖି ଔଷଧ, ବ୍ଲିଚିଂ,ଓ.ଆର.ଏସ,ସାନିଟାଇଜର,ମାସ୍କ,ଗ୍ଲୋବସ୍, ସାବୁନ, ଆଦି ଆଜକୁ ଦୀର୍ଘ ୧୦ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ ବଣ୍ଟନ କରାଯିବା ସହ ପରିବେଶ ସୁରକ୍ଷା ନିମନ୍ତେ ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଜାତୀୟ ସବୁଜ ସଙ୍ଗଠନ ବନାନୀ ପକ୍ଷରୁ ବୃକ୍ଷ ରୋପଣ କରାଯାଉଥିବାର ଦେଖିବାକୁ ମିଳିଛି । ଏଥିରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ଡଲଫିନ୍ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର ମଲ୍ଲିକ , ସାଧୁ ନିଲୁ ବାବା, ସାମ୍ବାଦିକ ଜ୍ୟୋତିଶଙ୍କର ରାୟ,ଦିଗବିଜୟ ଦାଶ, ଉମାକାନ୍ତ ଦଳାଇ,ମାନସ ସେଠ,ସୁଶୀଲ କୁମାର ପାଠୀ,ମନଞ୍ଜୟ ଦାଶ, କିରଣ କୁମାର ଦାଶ, ବିଶ୍ଵଜିତ ଦାଶ, ବିଜୟ କୁମାର ଦାଶ, ଶିବଦିତ୍ୟ ଦାଶ,ମମତା ସ୍ୱାଇଁ,କମଳ ଚଣ୍ଡୀ, ଜଳନ୍ଧର ଚଣ୍ଡୀ, ନିକୁଞ୍ଜ ଚଣ୍ଡୀ, ମାନସ କୁମାର ପାଠୀ,ଦୀନଦୟାଲ ଦାଶ, କିଶୋର ଚନ୍ଦ୍ର ଦାସ ଆଦି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking