26.1 C
Bhubaneswar
Friday, March 29, 2024
Homeଓଡିଶାବଲାଙ୍ଗିରରେ ସଟ୍‌ଡାଉନ୍‌ ଘୋଷଣା ଦାବିକଲା ନଗର କଂଗ୍ରେସ

ବଲାଙ୍ଗିରରେ ସଟ୍‌ଡାଉନ୍‌ ଘୋଷଣା ଦାବିକଲା ନଗର କଂଗ୍ରେସ

ବଲାଙ୍ଗିର : ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନ କରୋନା ସଂକ୍ରମଣର ଚରମ ସୀମାରେ ପହଞ୍ଚିଛି । ଯେତେବେଳେ ଜିଲ୍ଲାରେ କାଁ ଭାଁ ଗୋଟିଏ ଦୁଇଟି କରୋନା ରୋଗୀ ବାହାରୁଥିଲେ ସେତେବେଳେ ପ୍ରଶାସନ ତରଫରୁ ଅନେକ ବାରଣ, କଟକଣା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ଦିନ କରୋନା ସଂକ୍ରମଣ କାହାର ନା କାହାର ଜୀବନ ନେବାକୁ ବସିଲାଣି । ଜିଲ୍ଲା ପ୍ରଶାସନ କୌଣସି ପ୍ରକାର କଟକଣା କିମ୍ବା ରୋଗୀ ମରୁଥିବା ଅଂଚଳକୁ ବିଶୋଧନ ମଧ୍ୟ କରୁ ନାହିଁ । ଫଳରେ ବଲାଙ୍ଗିରରେ ସାଧାରଣ ଲୋକଙ୍କ ମଧ୍ୟ କରୋନା ମୃତ୍ୟୁକୁ ନେଇ କୋକୁଆ ଭୟ ସୃଷ୍ଟି ହେବାରେ ଲାଗିଛି । ତେଣୁ ଜିଲ୍ଲାକୁ ଆଗାମୀ ଦୁଇ ସପ୍ତାହ ଧରି ସଂପୂର୍ଣ୍ଣ ରୂପେ ସଟ୍‌ଡାଉନ୍‌ ଘୋଷଣା କରିବାକୁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ନଗର କଂଗ୍ରେସର ସଭାପତି ଦାବୀ କରିଛନ୍ତି । ପ୍ରେସ ଇସ୍ତାହାର ମାଧ୍ୟମରେ ସେ କହିଛନ୍ତି ଯେ ଗତ ୨ ଦିନରେ ସହରରେ କରୋନାରେ ୬ଜଣଙ୍କ ଜୀବନ ଚାଲିଗଲାଣି । ସହରର ଦୋକାନ ବଜାରରେ କୌଣସି ପ୍ରକାରର ସାମାଜିକ ଦୂରତା କିମ୍ବା କଟକଣା ପାଳନ ହେଉନାହିଁ । ଜିଲ୍ଲା ପ୍ରଶାସନ ମଧ୍ୟ କୌଣସି ସ୍ଥାନକୁ ବିଶୋଧନ କିମ୍ବା କରୋନାକୁ ନେଇ ସତର୍କ ସୂଚନା ଜାରି କରୁନାହିଁ । ତେଣୁ ଏପରି ବିଷମ ପରିସ୍ଥିତିରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ପର୍ଯ୍ୟାପ୍ତ ଆଇସିୟୁ ବେଡ୍‌ ଓ ଚିକିତ୍ସା ଯୋଗାଇ ଦେବା ସହ ଜିଲ୍ଲାକୁ କିଛି ସପ୍ତାହ ପାଇଁ ସଟ୍‌ଡାଉନ୍‌ ଷୋଷଣା କରିବାକୁ ଦାବୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking