ଭୁବନେଶ୍ୱର: ମାସ୍କ ପିନ୍ଧିନଥିବା ଅମାନିଆ ଦେଲେ ଫାଇନ। ମାସ୍କ ନ ପିନ୍ଧି ଗଣିଲେଣୀ ପ୍ରାୟ ୧ କୋଟି ୨୫ ଲକ୍ଷ ଟଙ୍କା । ବିଭିନ୍ନ ସ୍ଥାନରେ ପୋଲିସ ଯାଂଚ ସମୟରେ ଏମିତି ମୋଟା ଅଙ୍କର ତଣ୍ଡ ଦେଇଛନ୍ତି ମାସ୍କ ପିନ୍ଧିନଥିବା ଅମାନିଆ । କରୋନା ପାଇଁ ଏବେ ଦେଶ ଅସ୍ତବ୍ୟସ୍ତ ହେଉଥିବା ବେଳେ ରାଜ୍ୟରେ ବି ସମାନ ପରିସ୍ଥିତି ଉପୁଜିଛି । କରୋନା ମହାମାରୀ ଉଗ୍ର ରୂପ ନେଇ ସମସ୍ତଙ୍କୁ ଗ୍ରାସ କରିବାରେ ଲାଗିଛି । ମାସ୍କ ପିନ୍ଧା ନିୟମକୁ ଉଲ୍ଲଂଘନ କରୁଥିବା ଉଲ୍ଲଂଘନକାରୀଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ବେଳେ ପୋଲିସ ଡିଜି ଅଭୟ ଏହି ସୂଚନା ପ୍ରଦାନ କରିଛନ୍ତି । ମାସ୍କ ଉଲ୍ଲଂଘନକାରୀଙ୍କ ଠାରୁ ୧ କୋଟି ୨୫ ଲକ୍ଷ ୮୪ ହଜାର ଆଦାୟ କରାଯାଇଥିବା ସେ କହିଛନ୍ତି । ସେହିପରି ସାମାଜିକ ଦୂରତ୍ୱ ଉଲ୍ଲଂଘନ ନେଇ ୧୧ ଲକ୍ଷ ୭୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଅନ୍ୟପଟେ ରାତ୍ରୀକାଳିନ କର୍ଫ୍ୟୁ ଉଲ୍ଲଂଘନକରୀଙ୍କ ଠାରୁ ୧ ଲକ୍ଷ ୩ ହଜାର ପୋଲିସ ଆଦାୟ କରିଥିବା ସେ ସୂଚନା ଦେଇଛନ୍ତି ।
https://onakhabar.com/2020/06/12/112-corona-positive-identified-in-odisha/