ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮,୦୦୩ ଜଣ । ଚିକିତ୍ସାଧୀନ ଅଛନ୍ତି ୪୯,୨୨୯ । ଏଥିରୁ ସୁସ୍ଥ ହୋଇଛନ୍ତି ୨୬,୨୩୪ଜଣ । ମୃତ୍ୟୁ ବରଣ କରିଛନ୍ତି ୨୫୪୯ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୨୫,୯୨୨ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୯୭୫ଜଣ ମୃତ୍ୟୁ ବରଣ କରିଛନ୍ତି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତବ୍ୟକ୍ତିିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଦ୍ରପ୍ରଦେଶରେ(୪୭), ଆସାମ୍ରେ(୨), ବିହାରରେ (୭) ଚଣ୍ଡିଗଡ଼ରେ(୩), ଦିଲ୍ଲୀରେ(୧୦୬), ଗୁଜୁରାଟ୍ରେ(୫୬୬), ହରିୟାଣାରେ(୧୧), ହିମାଚଳପ୍ରଦେଶରେ(୨), ଜମ୍ମୁ ଓ କଶ୍ମୀରରେ(୧୧), ଝାଡଖଣ୍ଡରେ(୩), କର୍ଣ୍ଣାଟକ୍ରେ(୩୩), କେରଳରେ(୪), ମଧ୍ୟପ୍ରଦେଶରେ(୨୩୨) ମହାରାଷ୍ଟ୍ରରେ(୯୭୫), ମେଘାଳୟରେ(୧), ଓଡ଼ିଶାରେ(୩), ପଞ୍ଜାବରେ(୩୨) ରାଜସ୍ଥାନରେ(୧୨୧ ), ତାମିଲନାଡୁରେ( ୬୪), ତେଲେଙ୍ଗାନାରେ(୩୪), ଉତ୍ତରାଖଣ୍ଡରେ(୧), ଉତ୍ତରପ୍ରଦେଶରେ(୮୩) ଏବଂ ପଶ୍ଚିମବଙ୍ଗରେ ( ୨୦୭)ଜଣ ।