28.1 C
Bhubaneswar
Friday, March 29, 2024
Homeଓଡିଶାଆଉ ୧୩ କରୋନା ପଜିଟିଭ୍ ଚିହ୍ନଟ, ସଂଖ୍ୟା ୬୨୪କୁ ବୃଦ୍ଧି

ଆଉ ୧୩ କରୋନା ପଜିଟିଭ୍ ଚିହ୍ନଟ, ସଂଖ୍ୟା ୬୨୪କୁ ବୃଦ୍ଧି

ଭୁୂବନେଶ୍ୱର : ରାଜ୍ୟରେ ଆଉ ୧୩କରୋନା ପଜିଟିଭ୍ ଚିହ୍ନଟ । ଆକ୍ରାନ୍ତ ୧୩ଜଣ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ଜଣାପଡ଼ିଛି । ମହାକାଳପଡ଼ା, କେନ୍ଦ୍ରାପଡ଼ା ଓ କନିକାବ୍ଲକ୍‌ର କ୍ୱାରେଣ୍ଟାଇନ୍ ସେଣ୍ଟରେ ଥିଲେ । ଏମାନେ ସମସ୍ତେ ସୁରଟ୍ ଫେରନ୍ତା । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୨୦ଜଣ ଚିକିତ୍ସିତ ହେଉଛନ୍ତି । ଏ ନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୪କୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ, ଆଜି ସକାଳେ ୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିମଧ୍ୟରୁ ଗଞ୍ଜାମରୁ ୪୨, ଯାଜପୁରରୁ ୧୭, ଭଦ୍ରକରୁ ୯, ସୁନ୍ଦରଗଡ଼ରୁ ୨ ଓ ଖୋର୍ଦ୍ଧାରୁ ୩ଜଣ ଚିହ୍ନଟ ହୋଇଥିଲେ । ରାଜ୍ୟରେ ବର୍ତ୍ତମାନ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୪କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ୧୪୩ଜଣ ସୁସ୍ଥ ହୋଇଛନ୍ତି । ୩ଜଣ ସଂକ୍ରିତଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୪୭୮ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଛନ୍ତି ।
https://onakhabar.com/2020/05/14/73corona-positive-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking