ବଲାଙ୍ଗୀର, – ଆଜି ଦ୍ୱିତୀୟ ପର୍ଯ୍ୟାୟରେ ବଲାଙ୍ଗିର ସହରର ରିକ୍ସାଚାଳକ ଓ ଟେକକ୍ସି ଡ୍ରାଇଭର ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ବିଧାୟକ ପାଣ୍ଠିରୁ ପ୍ରଦତ୍ତ ଅନୁଦାନ ରାଶିରୁ ସହର ର କରୋନା ପ୍ରଭାବିତ ଗାଡି ଚାଳକ ଓ ରିକ୍ସା ଚାଳକ ମାନଙ୍କୁ, ସ୍ଥାନିୟ ଉପଜିଲ୍ଲାପାଳ ସଂଜୟ ମିଶ୍ରଙ୍କ ପ୍ରତକ୍ଷ ତତ୍ୱାବଧାନରେ ରାସନ ସାମଗ୍ରି ମାନ ପ୍ରଦାନ କାଯାଇଥିଲା । ଏଠାରେ ସୁଚନା ଯୋଗ୍ୟ ଯେ, କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ୪୦ ଦିନରୁ ଉଦ୍ଧ୍ୟ ଲକ୍ଡାଉନ ଯୋଗୁଁ ଗାଡି ଚାଳକ ଓ ରିକ୍ସା ଚାଳକ ମାନଙ୍କ ଆର୍ଥିକ ଅବସ୍ଥା ଦୟନିୟ ହୋଇ ପଡିଛି । ଏଥି ଯୋଗୁଁ ସେମାନେ ମାନ୍ୟବର ବିଧାୟକଙ୍କୁ ଭେଟି ସେମାନଙ୍କ ପାଇଁ ଶୁଖିଲା ଖଦ୍ୟର ବ୍ୟବସ୍ତା କରିବା ପାଇଁ କହିଥିଲେ । ସେହି କ୍ରମରେ ବିଧାୟକ ଶ୍ରୀ ମିଶ୍ର ନିଜ ଅନୁଦାନ ପାଣ୍ଟିରୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଶୁଖିଲା ଖାଦ୍ୟ ବଣ୍ଟନର ବ୍ୟବସ୍ତା କରିଛନ୍ତି । ଏହି ରାସନ ପ୍ୟାକେଟରେ ପ୍ରତ୍ୟେକ ଲୋକଙ୍କ ପାଇଁ ୨୦କେଜି ଚାଉଳ, ଅଟା ୧୦ କେଜି ସହିତ ଅନୁରୁପ ପରିମାଣର ଡାଲି,ତେଲ, ମସଲା,ହଳଦି ,ଲୁଣ, ସୋୟା ବଡି ଓ ବିସ୍କୁଟ ଆଦି ବଣ୍ଟନ କରାଯାଇଛି । ସହର ର ଲେଡିସ ୍ଲବ ଏବଂ ପ୍ରିୟଦର୍ଶିନି ସିନେମା ହଲ ନିକଟରେ ୩୯ଜଣ ଡ୍ରାଇଭର ଓ ୨୪ ଜଣ ରିକ୍ସା ଚାଳକଙ୍କୁ ଏହି ସହାୟତା ରାସନ ବଣ୍ଟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ସଂଜୟ ମିଶ୍ର, ପୌର ପରିଷଦର କାର୍ଯ୍ୟ ନିର୍ବାହି ଅଧିକାରିଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ କଂଗ୍ରେସ ସଂପାଦକ ଅଜୟ ବାଲି, ଜିଲ୍ଲା ଉପ ସଭପତି ମନିଷ ମିଶ୍ର, ନଗର ସଭାପତି ବୁଲୁ ଦାନି, ଯୁବ ନେତା ଜୁଲୁ ପଟ୍ଟନାୟକ, ଅନ୍ତ ବେହେରା, ସୋମ୍ୟଦିପ ସରାଫ, ଲକ୍ଷ୍ମି ନାଗ , ଅରୁଣ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।
କୋସଳାଂଚଳର ସମସ୍ତ ଦାଦନ ଶ୍ରମିକଙ୍କ ଉଦ୍ଧାର ଓ ଥଇଥାନକୁ ତ୍ୱରାନ୍ୱିତ କରାଯାଉ- ପ୍ରମୋଦ
ବଲାଙ୍ଗୀର – ପୁଞ୍ଜିବାଦ ଓ ବିସ୍ତାରବାଦ ର ଅବସମ୍ଭାବି ପରିଣତି ଭାବେ ସାରା ବିଶ୍ୱରେ କରୋନା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡେ, ଏଣୁ ଏହା ବିରୁଦ୍ଧରେ ବିଶ୍ୱର ଶ୍ରମଜିବି ସାଧାରଣ ସଂଗଠକ ରୂପେ ଆବାଜ ଉତ୍ତୋଳନ କରିବା ପାଇଁ ଆଜି ବିଶ୍ୱ ଶ୍ରମିକ ଦିବସ ପାଳନ ଅବସରରେ କୋସଲ କେନ୍ଦ୍ରିୟ ସମନ୍ୱୟ ସମିତିତର ଅଧ୍ୟକ୍ଷ ତଥା ଶ୍ରମିକ ନେତା ପ୍ରମୋଦ ମିଶ୍ର ସମସ୍ତ ଶ୍ରମଜିବିଙ୍କୁ ଆହ୍ୱାନ କରିଛନ୍ତି । ଏହା ବ୍ୟତିତ କୋସଳାଂଚଳରୁ ଦାଦନ ଖଟି ଯାଇଥିବା ଶ୍ରମଜିବି ଓ ଜନସାଧାରଣଙ୍କ ଉଦ୍ଧାର, ଥଇଥାନ ଓ ଅନ୍ୟ ସଂସ୍ଥାନ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବାକୁ ସରକାରଙ୍କୁ ଅପିଲ କରିଛନ୍ତି ।
ଅନ୍ତର୍ଜାତୀୟ ମଇ ଦିବସ ଉପଲକ୍ଷେ ଆଜି ପଶ୍ଚିମାଂଚଳ ମିଳିତ ଶ୍ରମିକ କର୍ମଚାରୀ ମଂଚ ବଲାଙ୍ଗିର ତରଫରୁ ପଶ୍ଚିମାଂଚଳ ବିଜୁଳି ଶ୍ରମିକ କାର୍ଯ୍ୟାଳୟ ପରିସର ମଧ୍ୟରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲକଡାଉନ ର ସମସ୍ତ ନିତି ନିୟମକୁ ସମ୍ମାନ ଜଣାଇବା ସହ ଖୋଲା ପଡିଆରେ ସଂଗଠନ ଏହି ଦିବସକୁ ପାଳନ କରିଥିଲା । ପଶ୍ଚିମାଂଚଳ ମିଳିତ ଶ୍ରମିକ କର୍ମଚାରୀ ମଂଚର ସଭାପତି ମନୋରଂଜନ ସାହୁଙ୍କ ସଭାପତିତ୍ୱରେ ଓ ସାଧାରଣ ସଂପାଦକ ବିଭୁତି ଶଙ୍କର ବିନ୍ଧାଣିଙ୍କ ସଂଯୋଜନାରେ ପରିଚାଳିତ ଏହି ସଭାରେ ମଂଚର ପ୍ରତିଷ୍ଠାତା ସଭାପତି ତଥା କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରିୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ର ପତାକା ଉତ୍ତୋଳନ କରି ଉପସ୍ଥିତ ନେତୃ ମଣ୍ଡଳିଙ୍କୁ ଉଦ୍ବୋଧନ ଦେଇଥିଲେ । ଲକ୍ ଡାଉନ ଯୋଗୁଁ ଦୂରବସ୍ଥାରେ ପଡିଥିବା ଖଟିଖିଆ ଓ ମେହେନତି ଜନସାଧାରଣଙ୍କ ଅନ୍ୟ ସଂସ୍ଥାନ ଓ କର୍ମ ସଂସ୍ଥାନରେ ବିହିତ ପଦକ୍ଷେପ ନେବା ପାଇଁ ଏହି ସଭାରେ ଦାବି କରାଯାଇଥିଲା । ତାଛଡା ଦତ ଦୁଇ ଦିନ ତଳେ ଘଟିଥିବା ତମିଆଁ ପୋଲ ଭଙ୍ଗା ଦୁର୍ଘଟଣାରେ ମୃତ ଶ୍ରମିକମାନଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଆହତ ମାନଙ୍କୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ତଥା ସଂପୃକ୍ତ ଦୋଷିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ଏହି ସଭାରେ ଦାବି କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମାଂଚଳ ୱାର୍କ ଏଣ୍ଡ ୱାର୍କସ୍ ୟୁନିୟନର ସଭାପତି ରବି ଶଙ୍କର ମିଶ୍ର, କୁନୁ ନାଏକ, ସାଧାରଣ ସଂପାଦକ ବିରେନ୍ଦ୍ର ବନଛୋର, ପଶ୍ଚିମାଂଚଳ ବିଜୁଳି ଶ୍ରମିକ ସଂଘର ଜ୍ୟୋତି ରଂଜନ ମହାନ୍ତି, ପ୍ରଦୀପ ଡାକୁଆ, ସତ୍ୟବ୍ରତ ସିଂହ, ରମେଶ ଚନ୍ଦ୍ର ନାୟକ ଓ ପଶ୍ଚିମାଂଚଳ ଜଳ ଯୋଗାଣ ସଂଘର ସଭାପତି ଶିମାଞ୍ଚଳ ପଣ୍ଡା, ସାଧାରଣ ସଂପାଦକ କାହ୍ନୁ ଚରଣ ସାହୁ, କୋସଲ ବାଦୀ ନେତା ରଣରାଜ ସିଂଦେଓ ପ୍ରମୁଖ ଏହି ସଭାରେ ଉଦ୍ବୋଧନ ଦେଇ କୋସଳାଂଚଳରେ ଏକ ଦୃଢ ଓ ସାଲିସ ବିହିନ ସଂଗଠନ କରିବାକୁ ଆହ୍ୱାନ ଦେଇଥିଲେ ।