40.1 C
Bhubaneswar
Thursday, April 25, 2024
Homeଓଡିଶାବିଜୁ ଯୁବବାହିନୀର ଅଭିନବ ପ୍ରୟାସ

ବିଜୁ ଯୁବବାହିନୀର ଅଭିନବ ପ୍ରୟାସ

ଭବାନୀପାଟଣା : ବିଜୁ ଯୁବ ବାହିନୀ କରୋନା ଭଳି ମହାମାରୀ ସମୟରେ ସହରାଂଚଳର ବିଭିନ୍ନ ଓ୍ବାର୍ଡକୁ ଯାଇ ଲୋକଙ୍କୁ ସଚେତନ କରିବା ପାଇଁ ଅଣ୍ଟା ଭିଡିଛି । ଆଜି ଭବାନୀପାଟଣା ପୌରାଞ୍ଚଳ ବିଜୁ ଯୁବବାହିନୀର ସ୍ବେଚ୍ଛାସେବୀମାନେ ସ୍ଥାନୀୟ ଓ୍ବାର୍ଡ ନଂ ୧୯ର ମଦନମୋହନ ପଡା ଓ ଦର୍ପଣ ସାଗର ପଡାରେ ‘ସଚେତନ ଓ୍ବାର୍ଡ , ସୁରକ୍ଷିତ ଓ୍ବାର୍ଡ’ ଅଭିଯାନ ଜରିଆରେ ଲୋକଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରିଛନ୍ତି ।  ଜିଲ୍ଲା ସଂଯୋଜକ ଅବିନାଶ ଠାକୁରଙ୍କ ନେତୃତ୍ୱରେ ଲୋକମାନଙ୍କୁ ମାସ୍କ, ସାବୁନ ବଣ୍ଟନ କରିବା ସହ ସାମାଜିକ ଦୂରତ୍ୱ ଓ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀମାନେ ସଚେତନ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ମ୍ୟୁନିସିପାଲିଟି ସଂଯୋଜକ ଅଭିଷେକ ମହାପାତ୍ର, ସ୍ବେଚ୍ଛାସେବୀ ଜିତେନ୍ଦ୍ର ବେହେରା,ମହମ୍ମଦ ମୋସିମ, ମହମ୍ମଦ ଇସମାଇଲ, ଅମିତ ଯାଦବ, ଦେବରାଜ ନାଗ, ବିଭୁତି ଗଉଡ, ରାଜେନ୍ଦ୍ର ବେହେରା, ରାକେଶ ଗହୀର, ବିରଞ୍ଚି ଗହୀର ପ୍ରମୁଖ ସାମିଲ ହୋଇଥିଲେ ।
https://onakhabar.com/2020/05/01/distribution-of-food-at-balangir/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking