33.1 C
Bhubaneswar
Thursday, April 25, 2024
Homeଓଡିଶାଖୁସି ଖବର: ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ସୁସ୍ଥ

ଖୁସି ଖବର: ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟକୁ ଆଶ୍ୱସ୍ଥି ମିଳିଛି । ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥକଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି । ଏହି ୧୪ଜଣ ମଧ୍ୟରୁ କେନ୍ଦ୍ରାପଡ଼ାରୁ ଜଣେ,ବାଲେଶ୍ୱର ୩, ଭଦ୍ରକ ୭,ଭୁବନେଶ୍ୱରରୁ ୩ ଜଣ ସୁସ୍ଥ ହୋଇଛନ୍ତି । ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୯୨ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ପୁରୀ, କଟକ କେନ୍ଦ୍ରାପଡ଼ା ଓ ଢ଼େଙ୍କାନାଳ କଳାହାଣ୍ଡି ଜିଲ୍ଲାରେ କରୋନା ମୁକ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଭୁବନେଶ୍ୱରରେ ସର୍ବାଧିକ ୪୭ଆକ୍ରାନ୍ତଙ୍କ ମଧ୍ୟରୁ ୩୦ଜଣ ସୁସ୍ଥ ହୋଇସାରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ାରେ ୨ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ବାଲେଶ୍ୱର ୧୯ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ସୁସ୍ଥ ହେବା ପରେ ଏବେ ୧୬ଜଣ ଆକ୍ରାନ୍ତ ଅଛନ୍ତି । ଭଦ୍ରକରେ ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ପୂର୍ବରୁ ୨ଜଣ ସୁସ୍ଥ ହୋଇଥିବାବେଳେଆଜି ଆଉ ୭ଜଣ ସୁସ୍ଥ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆଉ ୧୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।  ସୂଚନା ଯୋଗ୍ୟ, ରାଜ୍ୟରେ ଆଜି ସକାଳେ ବାଲେଶ୍ୱର, ବଲାଙ୍ଗୀର ଓ ଯାଜପୁର ଜିଲ୍ଲାରେ ୬ଜଣ କରୋନା ପେଜଟିଭ୍ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking