31.1 C
Bhubaneswar
Tuesday, May 7, 2024
Homeକରୋନାକରୋନା ସଂକମ୍ରଣରେ ମୃତ୍ୟୁ ହେଲେ ବନ୍ଦର କର୍ମଚାରୀଙ୍କୁ ମିଳିବ ୫୦ ଲକ୍ଷ କ୍ଷତିପୂରଣ

କରୋନା ସଂକମ୍ରଣରେ ମୃତ୍ୟୁ ହେଲେ ବନ୍ଦର କର୍ମଚାରୀଙ୍କୁ ମିଳିବ ୫୦ ଲକ୍ଷ କ୍ଷତିପୂରଣ

ନୂଆଦିଲ୍ଲୀ : କରୋନା ସଂକ୍ରମଣରେ କୌଣସି ବନ୍ଦର କର୍ମଚାରୀଙ୍କ ଓ ଶ୍ରମିକଙ୍କର ମୃତ୍ୟୁ ଘଟିଲେ ସେମାନଙ୍କୁ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ। ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦେଶର ସବୁ ପ୍ରମୁଖ ବନ୍ଦରର କର୍ମଚାରୀ ଓ ଶ୍ରମିକଙ୍କ ସହ ଏହି କ୍ଷତିପୂରଣ ସୁବିଧା ଠିକା ଓ ଚୁକ୍ତି ଭିତ୍ତିକ ଶ୍ରମିକ, କର୍ମଚାରୀଙ୍କୁ ମିଳିବ। ମୃତବ୍ୟକ୍ତିଙ୍କ ପରିବାରର ଉତ୍ତରାଧିକାରୀ ତାଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ଉପଯୁକ୍ତ ଦାବିଦାର ଏହି ଅର୍ଥ ପାଇପାରିବେ। ବର୍ତ୍ତମାନ ସମୟରେ ବନ୍ଦରରେ କର୍ମଚାରୀ କାର୍ଯ୍ୟ ଜାରି ରଖିଛନ୍ତି। ସେମାନେ ସଂକ୍ରମିତ ହେବାର ଆଶଙ୍କା ରହିଥିବାରୁ ସହାୟତା ପ୍ରଦାନ ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହାପରେ ଏହି ବ୍ୟସ୍ଥାର ସମୀକ୍ଷା କରାଯିବ ବୋଲି ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking