31.1 C
Bhubaneswar
Tuesday, May 7, 2024
Homeଓଡିଶାରାଜ୍ୟ ପାଇଁ ଆଶ୍ୱସ୍ତି : ୩ଦିନ ଧରି ପରୀକ୍ଷା ହୋଇଥିବା ସବୁ ନମୂନା ନଗେଟିଭ୍

ରାଜ୍ୟ ପାଇଁ ଆଶ୍ୱସ୍ତି : ୩ଦିନ ଧରି ପରୀକ୍ଷା ହୋଇଥିବା ସବୁ ନମୂନା ନଗେଟିଭ୍

ଭୁବନେଶ୍ୱର : କରୋନା ନେଇ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ସାରା ବିଶ୍ୱରେ ତଥା ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ଓଡ଼ିଶାରେ ଏଥିରେ ବ୍ରେକ୍ ଲାଗିଛି। ଗତ ତିନି ଦିନରେ ରାଜ୍ୟରେ ଜଣେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି। ଏହି ତିନି ଦିନରେ ପରୀକ୍ଷା ହୋଇଥିବା ସମସ୍ତ ନମୂନା ନେଗେଟିଭ୍ ଆସିଛି। ବୁଧବାର ରାଜ୍ୟରେ ମୋଟ ୧,୧୯୭ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଗୁରୁବାର ୮୪୩ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିଲା। ସେହିପରି ଶୁକ୍ରବାର ୧,୦୪୨ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା। ଆଉ ଏ ସବୁ ପରୀକ୍ଷାର ରିପୋର୍ଟ ନେଗେଟିଭ୍ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ସୁଦ୍ଧା ରାଜ୍ୟରେ ମୋଟ ୮,୬୧୯ନମୂନା ଟେଷ୍ଟ ହୋଇଛି। ସେଥିମଧ୍ୟରୁ ୮,୫୫୯ ନେଗେଟିଭ୍ ଆସିଛି। ୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୩୮ ଜଣ ବିଭିନ୍ନ ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking