30.1 C
Bhubaneswar
Wednesday, April 24, 2024
Homeଓଡିଶାନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରରେ ୧୩ ଟିମ୍ ଗଠିତ

ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରରେ ୧୩ ଟିମ୍ ଗଠିତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର କରୋନା ହଟସ୍ପଟ୍ ହୋଇଥିବା ହେତୁ ସେଠାରେ ନମୁନା ପରୀକ୍ଷା ପାଇଁ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ତାହା ଅନୁଯାୟୀ ଭୁବନେଶ୍ୱରରେ ନମୁନା ସଂଗ୍ରହ କରିବାକୁ ବିଏମସି ପକ୍ଷରୁ ଟିମ୍ ଗଠିତ ହୋଇଛି । ରାଜଧାନୀର ୩ଟି ଜୋନ ପାଇଁ ୧୩ ଟିମ୍ ଗଠିତ ହୋଇଥିବା ଜଣାଯାଇଛି । ଜଣେ ଡାକ୍ତରଙ୍କ ସମେତ ୫ ଜଣଙ୍କୁ ନେଇ ଗଠିତ ହୋଇଛି ଟିମ୍ । ଏହି ଟିମରେ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ ଓ ପରିମଳ କର୍ମଚାରୀ କାମ କରିବେ । ଡାକ୍ତର ଏହି ଟିମ୍ ପରିଚାଳନା ଦାୟିତ୍ବରେ ରହିବେ। ଏହି ଟିମ୍ ୨ଟି ସିଫ୍ଟରେ କାମ କରିବେ । ପ୍ରଥମ ସିଫ୍ଟ ସକାଳ ୮ଟାରୁ ଦିନ ୧୧ଟା ଯାଏଁ କାମ କରିବ ଦ୍ବିତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ଟା ଯାଏଁ କାମ ଚାଲିବ ବୋଲି ଜଣାଯାଇଛି ।
https://onakhabar.com/2020/04/18/not-a-single-corona-positive-detected-in-last-three-days-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking