29.1 C
Bhubaneswar
Sunday, May 5, 2024
Homeଅପରାଧଦିଅର ଠେଙ୍ଗାମାଡରେ ଭାଉଜ ମୃତ

ଦିଅର ଠେଙ୍ଗାମାଡରେ ଭାଉଜ ମୃତ

ଦେବଗଡ : ଦେବଗଡ ଥାନା ଅଧୀନ ସାନ ଶିରଡିହି ଗ୍ରାମରେ ଦିଅରର ଠେଙ୍ଗାମାଡରେ ଭାଉଜଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ସ୍ବର୍ଗତ ବିଜୟ ବାଙ୍କିରାଙ୍କ ସ୍ତ୍ରୀ ଶନିବାରୀ ବାଙ୍କିରା (୫୦)। ଏ ନେଇ ଶନିବାରୀଙ୍କ ପୁଅ କଙ୍କରୁ (୨୩) ଲିଖିତ ଅଭିଯୋଗ କରିବା ପରେ ଦେବଗଡ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଶନିବାରୀଙ୍କ ଦିଅର ତଥା ଅଭିଯୁକ୍ତ ଶୁକଦେବଙ୍କୁ ଥାନାକୁ ଆଣି ପଚରା ଉଚୁରା କରୁଛି। ଅନ୍ୟପକ୍ଷରେ ମୃତଦେହ ବ୍ୟବବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଶନିବାରୀ ନିଜ ୪ ସନ୍ତାନଙ୍କ ସହ ମୂଲ ଲାଗି ପରିବାର ପ୍ରତିପୋଷଣ କରିଆସୁଥିଲେ। ହେଲେ ଗତ କିଛି ଦିନ ହେଲା ଅସୁସ୍ଥତା ହେତୁ କାମ କରି ନ ପାରି ସେ ଘରେ ରହୁଥିଲେ। ଦିଅର ଶୁକଦେବ କେତୋଟି ବତକ ପାଳିଛନ୍ତି। ହେଲେ ଏ ଗୁଡିକ ଆହତ ହୋଇଥିବାରୁ ଭାଉଜଙ୍କୁ ସେ ଦାୟୀ କରି ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ଶନିବାରୀଙ୍କର ୨ଟିଯାକ ହାତ ଭାଙ୍ଗି ଯିବାସହ ସେ ଗୁରୁତର ଆହତ ହୋଇଥିଲେ। ଶନିବାରୀଙ୍କ ପୁଅ କଙ୍କରୁ ତାଙ୍କୁ ଚିକିତ୍ସା ପାଇଁ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସେ ପ୍ରାଣ ହରାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking