27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଭାରତୀୟ ସେନା ଧ୍ୱଂସ କଲେ ପାକିସ୍ତାନୀ ଲଞ୍ଚ ପ୍ୟାଡ଼ : ୫ ପାକିସ୍ତାନୀ ଯବାନ ମୃତ

ଭାରତୀୟ ସେନା ଧ୍ୱଂସ କଲେ ପାକିସ୍ତାନୀ ଲଞ୍ଚ ପ୍ୟାଡ଼ : ୫ ପାକିସ୍ତାନୀ ଯବାନ ମୃତ

ନୂଆଦିଲ୍ଲୀ : ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ପାକିସ୍ତାନକୁ ମହଙ୍ଗା ପଡିଛି। ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର କିରଣ ସେକ୍ଟର ନିଲାମ ଘାଟିରେ ଭାରତୀୟ ସେନା ଆକ୍ରମଣରେ ପାଞ୍ଚ ଜଣ ପାକିସ୍ତାନୀ ଯବାନ ନିହତ ହୋଇଛନ୍ତି। ଏହି ଆକ୍ରମଣରେ ଅନେକ ଆତଙ୍କବାଦୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହା ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ। ପାକିସ୍ତାନୀ ସେନା ବ୍ରିଗେଡ୍ ମୁଖ୍ୟାଳୟରେ ବହୁ କ୍ଷୟକ୍ଷତି ସହ ଆୟୁଧ ଡିପୋ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଖବର ମିଳିଛି। ଏହା ବ୍ୟତୀତ ପାକିସ୍ତାନର ଏକ ଲଞ୍ଚ ପ୍ୟାଡ୍ ମଧ୍ୟ ଭାରତୀୟ ସେନା ଦ୍ୱାରା ନଷ୍ଟ ହୋଇଛି। ପାକିସ୍ତାନୀ ସେନା ଏହି ଆକ୍ରମଣ ପୂର୍ବରୁ ବାଲାକୋଟ ଏବଂ ମେଂଢର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।
ସୂଚନା ଅନୁଯାୟୀ, ଶୁକ୍ରବାର ନିୟନ୍ତ୍ରଣ ରେଖା ନିକଟରେ ଥିବା ନୀଲମ ଘାଟିର ଦୁଧାନିଆଲ ଏବଂ ଥେଜିଆନ ଅଞ୍ଚଳରେ ପାକିସ୍ତାନୀ ସେନାର ଏକ ଦଳ ଅଗ୍ରସର ହେଉଥିବା ସେଠାରେ କାର୍ଯ୍ୟରତ ଭାରତୀୟ ସେନା ଦେଖିଥିଲେ। ଏହାକୁ ଭିତ୍ତି କରି ସେମାନେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ଜଣାପଡିଥିଲା। ପରେ ସମସ୍ତ ସେନା ପୋଷ୍ଟଗୁଡିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପାକିସ୍ତାନୀ ସେନା ଅପରାହ୍ନରେ ଭାରତୀୟ ପୋଷ୍ଟ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲା। ପରେ ଭାରତୀୟ ସେନା ଏହାର ଜବାବ ଦେଇଥିଲା। ଭାରତୀୟ ସେନା ଆକ୍ରମଣରେ ପାଞ୍ଚ ଜଣ ପାକିସ୍ତାନୀ ଯବାନ ନିହତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking