29.1 C
Bhubaneswar
Tuesday, May 7, 2024
Homeଓଡିଶାଲକଡାଉନ୍ ବେଳେ ଚାଲିଛି କାମ : ୩୩ ଶ୍ରମିକ ଅଟକ

ଲକଡାଉନ୍ ବେଳେ ଚାଲିଛି କାମ : ୩୩ ଶ୍ରମିକ ଅଟକ

ଖପ୍ରାଖୋଲ : ସାରା ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ୮ଦିନ ହେଲା ଲକଡାଉନ ରହିଛି । କେହି ବାହାରକୁ ନବାହାରିବା ସହ ସମସ୍ତ ଯାନବାହନ, ଦୋକାନ, କାମଧନ୍ଦା ବନ୍ଦ ରଖିବାକୁ ସରକାର ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବହୁ ଓଡ଼ିଶାର ଲୋକେ ବାହାର ରାଜ୍ୟକୁ କାମ କରିବାକୁ ଯାଇ ଆଉ ଘରକୁ ଫେରି ନପାରି ସେଠାରେ ଫସି ରହିଛନ୍ତି । ଘରକୁ ଫେରିବାକୁ ବାଟ ପାଉ ନଥିବା ବେଳେ କିଛି ଇଟା ଭାଟିର ମାଲିକ ସେମାନଙ୍କୁ ଏହାର ସୁଯୋଗ ନେଇ ନିର୍ଧୁମ ଖଟାଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରୁ ଯାଇଥିବା ଦାଦନ ଶ୍ରମିକଙ୍କ ଠାରେ ।
ସୂଚନା ଅନୁଯାୟୀ, ତେଲେଙ୍ଗାନାର କାମାରେଡି ଜିଲ୍ଲା ଆଲ୍ଲାରେଡିର ଏକ ଇଟା ଭାଟିରେ ବେନ୍ଦେର ଏବଂ ଯମୁନାପାଲିର କୃଷ୍ଣ ଭୋଇ, ଗୋବର୍ଦ୍ଧନ ମାଝୀ, କମଳ ବାଗ ପ୍ରମୁଖ ୧୩ ଜଣ ଶ୍ରମିକ ଥିବାବେଳେ ଆନ୍ଧ୍ରପ୍ରଦେଶର ତିରୁପତିର କୋପ୍ରାଲପୁଲମର ଏକ ଇଟା ଭାଟିରେ ବେନ୍ଦେର ଏବଂ ଗମ୍ଭାରୀ ଗାଁର ପର୍ଶୁରାମ ଭୋଇ, ସୁରେନ୍ଦ୍ର ସୁନା, ଗୁରିଆ ବାଗ, ରାମଲାଲ ତାଣ୍ଡି, କୁମର ମାଝୀ ପ୍ରମୁଖ ୨୦ ଜଣ ଶ୍ରମିକ ଇଟା ଭାଟିରେ କାମ କରୁଛନ୍ତି । ହେଲେ କୋରୋନା ଭୂତାଣୁ ଯୋଗୁ ସରକାର ହଠାତ୍ ଲକଡାଉନ କରିଦେଇଛନ୍ତି । ଏଥିରେ ଏମାନେ ଆଉ ଘରକୁ ଫେରି ପାରିନାହାନ୍ତି । ଘରକୁ ଯିବା ପାଇଁ ଭାଟିର ମାଲିକ ଠାରେ ଅନେକ ଗୁହାରି କରିଛନ୍ତି । ହେଲେ ମାଲିକ ସେମାନଙ୍କୁ ସାହାଯ୍ୟ କରିବା ବଦଳରେ ଓଲଟା ଯୋରଜବରଦସ୍ତ କାମ କରାଉଥିବା ଅଭିଯୋଗ କରିଛନ୍ତି । ଏ ନେଇ ଜିଲ୍ଲା ଶ୍ରମ ଅଧିକାରୀ ସୁରେଶ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ଏନେଇ ଆମ ପାଖରେ କୌଣସି ସୂଚନା ନାହିଁ । ଠିକ ସୂଚନା ମିଳିଲେ ତାଙ୍କୁ ସହାୟତା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ତେବେ ପ୍ରଶାସନ ଏଥିପପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking