40.1 C
Bhubaneswar
Tuesday, April 30, 2024
Homeଓଡିଶାଡେପୁଟି କମିଶନରଙ୍କ ସୂଚନା ସ୍ଥାନାନ୍ତର ହେବ ୟୁନିଟ୍-୪ ମାଛ ମାର୍କେଟ୍

ଡେପୁଟି କମିଶନରଙ୍କ ସୂଚନା ସ୍ଥାନାନ୍ତର ହେବ ୟୁନିଟ୍-୪ ମାଛ ମାର୍କେଟ୍

ଭୁବନେଶ୍ୱର: ମହାମାରୀ କରୋନା ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି । ଭାରତରେ ୩୮ ଜଣଙ୍କ ପ୍ରାଣ ଗଲାଣି, ୧୨୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସାରା ବିଶ୍ୱରେ ୩୬ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି । ୭ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।
ଓଡ଼ିଶା ସମେତ ସାରା ଦେଶକୁ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରାଯାଇଛି । ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ତାଗିଦ କରାଯାଉଛି । ପରିବା ମାର୍କେଟକୁ ବିଭିନ୍ନ ଜାଗାକୁ ସ୍ଥାନାନ୍ତର କରାଯାଉଥିବା ସମୟରେ ଏବେ ଭୁବନେଶ୍ୱର ୟୁନିଟ-୪ ମାଛ ମାର୍କେଟକୁ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଆବଶ୍ୟକ ଜିନିଷକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ତେବେ ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିଛି। ହେଲେ ଏହି ସବୁ ସ୍ଥାନରେ ହେଉଥିବା ଗହଳିକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱରସ୍ଥିତ ୟୁନିଟ୍-୪ ମାଛ ମାର୍କେଟକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ। ସେଠାରେ ଆଉ ମାଛ ବ୍ୟବସାୟୀ ବସିବେ ନାହିଁ। ୟୁନିଟ୍-୪ ମାଛ ମାର୍କେଟରେ ବସୁଥିବା ୧୫୦ ମାଛ ବ୍ୟବସାୟୀ କାଲିଠାରୁ ଶାସ୍ତ୍ରୀ ନଗରର ରେଡକ୍ରସ ଭବନ ପଟେଲ ମାର୍ଗରେ ବସିବେ। ବିଏମ୍ସି ଜୋନାଲ ଡେପୁଟି କମିଶନର ଆଜି ଏହି ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking