39.4 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗମିଠା ଖାଉଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର; ଏବେ ୪ ଘଂଟା ଖୋଲା ରହିବ ମିଠା...

ମିଠା ଖାଉଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର; ଏବେ ୪ ଘଂଟା ଖୋଲା ରହିବ ମିଠା ଦୋକାନ

ଭୁବବେଶ୍ୱର: ମିଠା ଖାଉଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଲକ୍ ଡାଉନ ସମୟରେ ପାଟିକୁ ମିଠା କରିବା ପାଇଁ ଏବେ ଦିନରେ ୪ ଘଂଟା ଖୋଲା ରହିବ ମିଠା ଦୋକାନ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ଘୋଷଣା କରିଛନ୍ତି । ମଧ୍ୟାହ୍ନ ୧୨ଟାରୁ ୪ଟା ପର୍ଯ୍ୟନ୍ତ ମିଠା ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ଏନେଇ ସୋମବାର ବିଳମ୍ବିତ ରାତିରେ ରାଜ୍ୟ ସରକାର ମଧ୍ୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ମିଠା ଦୋକାନଗୁଡିକ ପାଇଁ କିଛି ସର୍ତ୍ତ ରହିଛି ।ସର୍ତ୍ତ ମୁତାବକ ଏହି ସମୟ ମଧ୍ୟରେ ୨ ରୁ ଅଧିକ କର୍ମଚାରୀ ମିଠା ଦୋକାନରେ ରହିବେ ନାହିଁ । ସେହିପରି ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ରୂପେ ଅନୁସରଣ କରିବାକୁ କୁହାଯାଇଛି।
ପ୍ରକୃତରେ ମିଠା ଦୋକାନ ବନ୍ଦ ହେତୁ ପ୍ରତିଦିନ ହଜାର ହଜାର ଲିଟର କ୍ଷୀର ନଷ୍ଟ ହେଉଥିଲା । ପଶ୍ଚିମବଙ୍ଗ ମିଠା ବ୍ୟବସାୟ ସମିତି ସମେତ ଅନ୍ୟାନ୍ୟ ସଂଗଠନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ଯାଇ କ୍ଷୀର ନଷ୍ଟ ନହେବା ପାଇଁ ଲକଡାଉନ ସମୟରେ ମିଠା ଦୋକାନ ଖୋଲିବାକୁ ଅନୁରୋଧ କରିଥିଲେ । ଯାହା ପରେ ସେମାନଙ୍କୁ ସର୍ତ୍ତ ସହିତ ପ୍ରତିଦିନ ୪ ଘଣ୍ଟା ପାଇଁ ମିଠା ଦୋକାନ ଖୋଲିବାକୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking