33.1 C
Bhubaneswar
Tuesday, April 30, 2024
Homeଓଡିଶାଟ୍ରକ୍‌କୁ ପଛରୁ ପିଟିଲା କାର୍ ଜଣେ ମୃତ

ଟ୍ରକ୍‌କୁ ପଛରୁ ପିଟିଲା କାର୍ ଜଣେ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ଫୁଲାଡ଼ି ନିକଟରେ ଆଜି ଭୋରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ଏକ କାର୍ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଜଣଙ୍କ କାର୍ ଡ୍ରାଇଭର ହୋଇଥିବା ବେଳେ ତାଙ୍କ ଘର ରୁପ୍‌ସାରେ ବୋଲି ସୂଚନା ମିଳିଛି । ଆହତ ବ୍ୟକ୍ତିଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ମଧ୍ୟ ରୁପ୍‌ସାରେ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଆଜି ଭୋରୁ ଏହି ଦୁଇ ଜଣ ରୁପସାରୁ ଡିଜେଲ ନେଇ କାର୍ ଯୋଗେ ବାଲେଶ୍ୱର ଆସୁଥିଲେ। ଏହି ସମୟରେ ଫୁଲାଡ଼ି ନିକଟରେ ଠିଆ ହୋଇଥିବା ଟ୍ରକକୁ କାରଟି ପଛରୁ ଧକ୍କା ଦେଇଥିଲା। ଫଳରେ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ କାରକୁ କାଟି ଡ୍ରାଇଭରଙ୍କୁ ବାହାର କରିଥିଲା। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking