ବଲାଙ୍ଗିର : ଜିଲ୍ଲାରେ ପିଏମ୍ କିଷାନ ଯୋଜନାରେ ଅର୍ନ୍ତଭୁକ୍ତ ସମସ୍ତ ଚାଷିଙ୍କୁ କିଷାନ କ୍ରେଡିଟ କାର୍ଡର ଲାଭ ପ୍ରଦାନ କରିବାର ଲକ୍ଷ ନେଇ, ସରକାର ମିଶନ ମୋଡରେ ଫେବୃଆରି ୨୩ ତାରିଖ ପଯ୍ୟନ୍ତ ଏକ ବିଶେଷ ଅଭିଯାନ କରାଯିବ ବୋଲି ସ୍ଥାନିୟ ଡିଆରଡିଓ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଆଜି ଜିଲ୍ଲା ପ୍ରକଳ୍ପ ଅଧିକାରୀ ଡ.ମହେଶ୍ୱର ସ୍ୱାଇଁ ସୁଚନା ଦେଇଛନ୍ତି । ସମସ୍ତ ପିଏମ୍ କିଷାନ ଉପଭୋକ୍ତା ନିଜ ଜମି ରେକର୍ଡ ଓ ଫସଲ ବିବରଣି ସହ ଏକ ସରଳିକୃତ ଫର୍ମ ଭରିବା ସହ ଅନ୍ୟ କୋଉ ଶାଖାରୁ କେସିସି ଲାଭ ନିଆ ହୋଇନଥିବା ଏକ ଘୋଷଣା ପତ୍ର ଦେଇ ନିକଟସ୍ଥ କମନ ସାଭିର୍ସ ସେଣ୍ଟର କିମ୍ବା ବେଙ୍କ ଶାଖାରେ ନିଜର ନାମାଙ୍କନ କରିପାରିବେ ।
ଉପରୋକ୍ତ ଅଭିଯାନ ସମୟରେ ଜିଲ୍ଲାର ସମସ୍ତ ଚାଷୀଙ୍କୁ ରିହାତି ଆନୁଷ୍ଠାନିକ ରୁଣ ପାଇବା ପାଇଁ ପିଏମ୍ କିଷାନ ଯୋଜନା ର କିଷାନ କ୍ରେଡିଟ କାର୍ଡ ଲାଭ ଉଠାଇବା ପାଇଁ ଅନୁରୋଧ କରାଯାଇଛି । ନିକଷ୍ଟସ୍ଥ ବେଙ୍କ ଶାଖାକୁ ସଂପର୍କ କରି ଏକ ସାଧାରଣ ଫର୍ମ ଭରି ସମସ୍ତ ଛାଷୀ ଏହାର ଳାଭ ଉଠାଇ ପାରିବେ । ଏହା ସହ ନିଷ୍କ୍ରିୟ କ୍ରେଡିଟ କାର୍ଡ ଉପଭୋକ୍ତା ମାନେ ଏହାର ଶକ୍ରିୟତା ଓ ରୁଣ ସିମା ମଧ୍ୟ ବଢାଇ ପାରିବେ । ସେହିପରି ଯେଉଁ ମାନଙ୍କ ପାଖରେ କେସିସି ସେବା ନାହିଁ, ସେମାନେ ମଧ୍ୟ ନିଜ ଫସଲ ବିବରଣୀ ସହ ଜମି ରେକର୍ଡ ନେଇ ଉକ୍ତ ଶାଖାରେ ନୁଆ ସିମା ମଞ୍ଜୁର କାରାଇ ପାରିବେ । ଆହୁରି ମଧ୍ୟ, କେସିସି ଥିବା ଚାଷି ମାନେ ପଶୁପାଳନ ଓ ମତ୍ସ୍ୟପାଳନ ପାଇଁ ବେଙ୍କ ଶାଖାରେ ସଂପର୍କ କରି ରୁଣ ସିମା ବୃଦ୍ଧି କରି ପାରିବେ । ଏହି ସମ୍ବାଦିକ ସମ୍ମିଳନିରେ ଜିଲ୍ଲା ଏଲଡିଏମ ହିମାଂଶୁ ଶେଖର ସ୍ୱାଇଁ, ଡିଡିଏମ ନାବାର୍ଡ ଲକ୍ଷ୍ମଣ ନାଏକ, ଜିଲ୍ଲା କୃଷି ଅଧିକାରୀ ବାଳକୃଷ୍ନ ଗୌଡ, ସହକାରୀ କୃଷୀ ଅଧିକାରୀ ସୁଧାକର ନନ୍ଦ, ଜିଲ୍ଲା ସହକାରୀ ମତ୍ସ୍ୟ ଅଧିକାରୀ ଯୁଧୀଷ୍ଟିର ତ୍ରିପାଠି ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହି ଉପସ୍ଥିତ ଥଲେ ।