39.1 C
Bhubaneswar
Friday, April 26, 2024
Homeଓଡିଶାନେସ୍କୋ କର୍ମଚାରୀ ସହିତ ଏସଡିଓ ଜେଇଙ୍କୁ ମାଡ

ନେସ୍କୋ କର୍ମଚାରୀ ସହିତ ଏସଡିଓ ଜେଇଙ୍କୁ ମାଡ

ମୟୁରଭଞ୍ଜ :ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନସ୍ଥ ନୂଆପଦା ଗାଁକୁ ଉଦଳା ସବଡିଭିଜନର ଏସଡିଓ ପ୍ରଶାନ୍ତ କୁମାର ମାନା ଏବଂ ଦୀପକ କୁମାର ଦାସ ଭିଜିଲାନ୍ସ ନିର୍ବାହୀ ଯନ୍ତ୍ରୀ ସହିତ ଦୀପିକାନ୍ତ ଭୁଇଁଆ ଲାଇନମ୍ୟାନ ବକେୟା ବିଲ ଆଦାଇ ପାଇଁ ନୂଆପଡା ଗାଁରେ ଯାଇ ପହଞ୍ଚିଥିଲେ । ସେଠାରେ ଶାନ୍ତନୁ କୁମାର ନାୟକଙ୍କ ବକେୟା ବିଲ ପେମେଣ୍ଟ ମାଗିଥିଲେ କିନ୍ତୁ ବିଲ ଦେଇନଥିଲେ। ଫଳରେ ସରକାରଙ୍କ ନୂଆନିୟମ ଅନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରର ବିଦ୍ୟୁତ ସଂଯୋଗ କଟିଥିଲେ ହେଲେ ବିଦ୍ୟୁତ କାହିଁକି କଟାଗଲା ଯୋଡିବାପାଇଁ ବିଭାଗୀୟ ଅଧିକାରୀଙ୍କୁ ଶାନ୍ତନୁ କୁମାର ନାୟକ କହିଥିଲେ। ଉପସ୍ଥିତ ଅଧିକାରୀ ଅକ୍ଷମତା ପ୍ରକାଶ କରି ମାନାକରିବାରୁ ପରିବାର ଲୋକମାନେ ତଥା ଶାନ୍ତନୁ ନାୟକଙ୍କ ବାପା ରମାକାନ୍ତ ନାୟକ ଏବଂ ମା ସଂଘବଧ ଭାଭେ ନେସ୍କୋ ଅଧିକାରୀ ମାନଙ୍କୁ ଆକ୍ରମଣ କରିଥିଲେ ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।
ଏହାସହିତ ୩ଘଣ୍ଟା କାଳ ଅଟକ ରଖି ପରେ ଛାଡିଥିଲେ। ସେପଟେ ପୋଲିସ ପହଂଚି ଉଦ୍ଧାର କରିଥିଲେ ଘଟଣାକୁ ନେଇ ପୋଲିସ ତଦନ୍ତ ଜରିରଖିଛି। ନେସ୍କୋ କର୍ମଚାରୀଙ୍କୁ ମାଡ ମରା ଘଟଣାରେ ସଂପୃକ୍ତ ପରିବାରର ଲୋକମାନଙ୍କୁ ଯଦି ତୁରନ୍ତ ଗିରଫ କରାଯିବା ସହ ନେସ୍କୋ କର୍ମଚାରୀ ଙ୍କୁ ସୁରକ୍ଷା ଯୋଗାଇ ଦିଆନଯାଏ ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଲେ ନେସ୍କୋ ପାୱାର ଏମ୍ପ୍ଲଇଜ ଇଉନିଆର ସାଧାରଣ ସମ୍ପାଦକ ଜ୍ୟୋତି କୃଷ୍ଣ ବେହେରା । ତେବେ ଘଟଣାକୁ ନେଇ ନେସ୍କୋ କର୍ମଚାରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇ ଥିବା ବେଳେ ଶାନ୍ତନୁଙ୍କ ପରିବାର ପକ୍ଷରୁ ମଧ୍ୟ ଖୁଣ୍ଟା ଥାନାରେ ମାମଲା ରୁଜୁକରାଯାଇଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking