ଯାଜପୁର – କେନ୍ଦ୍ର ଓ ରାଜ୍ୟ ସରକାର ଜିଦରେ ଅଟଳ । ନିଳାଂଚଳ ଇଷ୍ପାତ କାରଖାନାକୁ ପୁଞ୍ଜ ପ୍ରତ୍ୟାହାର ଓ ଘରୋଇ କରଣ କାର୍ଯ୍ୟାକାରି କରିବା ପାଇଁ ଜିଦରେ ଅଟଳ ରହିଛନ୍ତି । ନିଳାଂଚଳ ବଂଚାଅ ମିଳିତ ସଂଘ ପକ୍ଷରୁ ଆନ୍ଦୋଳନ ୩୬ ଦିନରେ ପହଂଚିଛି । ପୁଞ୍ଜି ବିନିଯୋଗ କରି କାରଖାନାକୁ ଘରୋଇ କରଣ କରିବା ପାଇଁ ଏହି ମଂଚ ଅଟଳ ରହିଛନ୍ତି । ଏହି ଦାବି ପୁରଣ ନହେଲେ ଆଗାମି ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶୁକ୍ରବାର ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଆନ୍ଦୋଳନକୁ ତିବ୍ରତର କରିବା ସଂଗେ ଜନଜାଗରଣ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଛନ୍ତି । କେନ୍ଦ୍ର ସରକାର ଏହାର ପୁନର୍ବିଚାର କରିବା ପାଇଁ ଦାବି କରିଛନ୍ତି । ଏହି ଆନ୍ଦୋଳନକୁ କଂଗ୍ରେସ ଦଳର ସଭାପତି ନିରଂଜନ ପଟ୍ଟନାୟକ , ଆଇଏନଟିୟୁସିର ରାଜ୍ୟ ସଭାପତି ତଥା ଆନ୍ତର୍ଯାତିକ ଶ୍ରମିକ ନେତା ରାମଚନ୍ଦ୍ର ଖୁଂଟିଆ , ଅନ୍ୟାନ୍ୟ ଟ୍ରେଡ ୟୁନିଅନ ଏହାକୁ ସମର୍ଥନ କରି ଧାରଣାରେ ମଧ୍ୟ ସାମିଲ ହୋଇଥିଲେ । ଏହି କାରଖାନା ବିଜୁବାବୁଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ମୁଖ୍ୟ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏଥିରେ ହସ୍ତକ୍ଷପ କରନ୍ତୁ ବୋଲି ଶ୍ରୀ ଜେନା ଦାବି କରିଛନ୍ତି । ନାଲକୋକୁ ଘରୋଇକରଣ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଥିଲେ । ଶ୍ରମିକ ମାନଙ୍କର ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇ ଥିଲେ ଓ ଘରୋଇକରଣକୁ ବନ୍ଦ କରିିଥିଲେ । ନିଳାଂଚଳ ଇଷ୍ପାତ କାରଖାନାରୁ ଅନେକ ବିସ୍ଥାପିତ ହୋଇଛନ୍ତି । ସେମାନଙ୍କ ଭବିଷ୍ୟତ ପ୍ରଶ୍ନବାଚୀ ସୃଷ୍ଟି କରିଛି ଓ ପ୍ରତ୍ୟେକ୍ଷ ବା ପରୋକ୍ଷରେ ୫ ହଜାର ଲୋକଙ୍କ ଜୀବିକା ହରାଇବେ । ଘରୋଇକରଣ ଓ ପୁଞ୍ଜି ପାଇଁ ସର୍ବଦଳୀୟ ନେତାଙ୍କୁ ନେଇ କନଭେସନ କରାଯିବ । ଆସନ୍ତା ମାର୍ଚ ୨ ତାରିଖରେ ଯନ୍ତ୍ରମନ୍ତ୍ରରେ ଦୀଲ୍ଲିର ପ୍ରତ୍ୟାହାର ଧାରଣା ଦିଆଯିବ ଓ ବିଧାନସଭା ଘେରାଇ କରାଯିବ ବୋଲି ଶ୍ରୀ ଜେନା ଆହ୍ୱାନ ଦେଇଛନ୍ତି । ଦେହରେ ଶେଷ ରକ୍ତବିନ୍ଦୁ ଥିବା ପ ର୍ଯ୍ୟନ୍ତ ପୁଞ୍ଜି ପ୍ରତ୍ୟାହର ବିରୁଦ୍ଧରେ ଓ ଘରୋଇକରଣ ପ୍ରତିବାଦରେ ଆନ୍ଦୋଳନ ଜାରି ରହିବ ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦାୟି ରହିବେ ବୋଲି ଆଇ.ଏନ.ଟି.ୟୁ.ସିର ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ଓ ନିଳାଂଚଳ ମିଳିତ ମଂଚ ପକ୍ଷରୁ ସପଥ ନିଆଯାଇଛି । ଏହି ଆନ୍ଦୋଳନ ସାରା ରାଜ୍ୟବ୍ୟାପି କରାଯିବ ବୋଲି ଶ୍ରୀ ଜେନା ଆହ୍ୱାନ ଦେଇଛନ୍ତି । ଏହି ଆନ୍ଦୋଳନ କ୍ରମଶଃ ବୃଦ୍ଧି ପାଉଛି । ଓଡିଶା ନିଗମ ଏହି କାରଖାନାକୁ ଚଳାଇବା ପାଇଁ ଦାବି କରାଯାଇଛି । ଏହି ଆନ୍ଦୋଳନକୁ ଶିକ୍ଷାବିତ୍ , ଆଇନଜିବୀ ଓ ସାମ୍ବାଦିକ ମାନେ ସମର୍ଥନ କରୁଛନ୍ତି । ଆଇ.ଏନ.ଟି.ୟୁ.ସିର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି, ସିପିଆଇଏମ ନେତା ପ୍ରଫୁଲ୍ଲ ନାୟକ, ମିଳିତ ମଂଚର ଆବାହକ ରଂଜନ ନାୟକ, ବାବୁଲି ପୃତି, ଅକ୍ଷୟ ମଲ୍କିକ ପ୍ରମୁଖ ବହୁ ନେତା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଏତାଦୃଶ୍ୟ ମନୋଭାବକୁ ତିବ୍ର ଆଲୋଚନା କରିଥିଲେ । ଉକ୍ତ ସଭାରେ ବାବୁଲି ପୃତି ଅଧ୍ୟକ୍ଷତ। କରିଥିଲେ ।