39.1 C
Bhubaneswar
Wednesday, April 24, 2024
Homeଓଡିଶାନିଳାଂଚଳ ଇଷ୍ପାତ କାରଖାନାରେ ଆନ୍ଦୋଳନ ତିବ୍ରତର ହେଲା, ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଘରୋଇକରଣ...

ନିଳାଂଚଳ ଇଷ୍ପାତ କାରଖାନାରେ ଆନ୍ଦୋଳନ ତିବ୍ରତର ହେଲା, ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଘରୋଇକରଣ ବିରୁଦ୍ଧରେ ଜନଜାଗରଣ ସୃଷ୍ଟି କରିବା ପାଇଁ ଆହ୍ୱାନ

 
ଯାଜପୁର – କେନ୍ଦ୍ର ଓ ରାଜ୍ୟ ସରକାର ଜିଦରେ ଅଟଳ । ନିଳାଂଚଳ ଇଷ୍ପାତ କାରଖାନାକୁ ପୁଞ୍ଜ ପ୍ରତ୍ୟାହାର ଓ ଘରୋଇ କରଣ କାର୍ଯ୍ୟାକାରି କରିବା ପାଇଁ ଜିଦରେ ଅଟଳ ରହିଛନ୍ତି । ନିଳାଂଚଳ ବଂଚାଅ ମିଳିତ ସଂଘ ପକ୍ଷରୁ ଆନ୍ଦୋଳନ ୩୬ ଦିନରେ ପହଂଚିଛି । ପୁଞ୍ଜି ବିନିଯୋଗ କରି କାରଖାନାକୁ ଘରୋଇ କରଣ କରିବା ପାଇଁ ଏହି ମଂଚ ଅଟଳ ରହିଛନ୍ତି । ଏହି ଦାବି ପୁରଣ ନହେଲେ ଆଗାମି ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶୁକ୍ରବାର ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଆନ୍ଦୋଳନକୁ ତିବ୍ରତର କରିବା ସଂଗେ ଜନଜାଗରଣ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଛନ୍ତି । କେନ୍ଦ୍ର ସରକାର ଏହାର ପୁନର୍ବିଚାର କରିବା ପାଇଁ ଦାବି କରିଛନ୍ତି । ଏହି ଆନ୍ଦୋଳନକୁ କଂଗ୍ରେସ ଦଳର ସଭାପତି ନିରଂଜନ ପଟ୍ଟନାୟକ , ଆଇଏନଟିୟୁସିର ରାଜ୍ୟ ସଭାପତି ତଥା ଆନ୍ତର୍ଯାତିକ ଶ୍ରମିକ ନେତା ରାମଚନ୍ଦ୍ର ଖୁଂଟିଆ , ଅନ୍ୟାନ୍ୟ ଟ୍ରେଡ ୟୁନିଅନ ଏହାକୁ ସମର୍ଥନ କରି ଧାରଣାରେ ମଧ୍ୟ ସାମିଲ ହୋଇଥିଲେ । ଏହି କାରଖାନା ବିଜୁବାବୁଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ମୁଖ୍ୟ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏଥିରେ ହସ୍ତକ୍ଷପ କରନ୍ତୁ ବୋଲି ଶ୍ରୀ ଜେନା ଦାବି କରିଛନ୍ତି । ନାଲକୋକୁ ଘରୋଇକରଣ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଥିଲେ । ଶ୍ରମିକ ମାନଙ୍କର ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇ ଥିଲେ ଓ ଘରୋଇକରଣକୁ ବନ୍ଦ କରିିଥିଲେ । ନିଳାଂଚଳ ଇଷ୍ପାତ କାରଖାନାରୁ ଅନେକ ବିସ୍ଥାପିତ ହୋଇଛନ୍ତି । ସେମାନଙ୍କ ଭବିଷ୍ୟତ ପ୍ରଶ୍ନବାଚୀ ସୃଷ୍ଟି କରିଛି ଓ ପ୍ରତ୍ୟେକ୍ଷ ବା ପରୋକ୍ଷରେ ୫ ହଜାର ଲୋକଙ୍କ ଜୀବିକା ହରାଇବେ । ଘରୋଇକରଣ ଓ ପୁଞ୍ଜି ପାଇଁ ସର୍ବଦଳୀୟ ନେତାଙ୍କୁ ନେଇ କନଭେସନ କରାଯିବ । ଆସନ୍ତା ମାର୍ଚ ୨ ତାରିଖରେ ଯନ୍ତ୍ରମନ୍ତ୍ରରେ ଦୀଲ୍ଲିର ପ୍ରତ୍ୟାହାର ଧାରଣା ଦିଆଯିବ ଓ ବିଧାନସଭା ଘେରାଇ କରାଯିବ ବୋଲି ଶ୍ରୀ ଜେନା ଆହ୍ୱାନ ଦେଇଛନ୍ତି । ଦେହରେ ଶେଷ ରକ୍ତବିନ୍ଦୁ ଥିବା ପ ର୍ଯ୍ୟନ୍ତ ପୁଞ୍ଜି ପ୍ରତ୍ୟାହର ବିରୁଦ୍ଧରେ ଓ ଘରୋଇକରଣ ପ୍ରତିବାଦରେ ଆନ୍ଦୋଳନ ଜାରି ରହିବ ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦାୟି ରହିବେ ବୋଲି ଆଇ.ଏନ.ଟି.ୟୁ.ସିର ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତି ଓ ନିଳାଂଚଳ ମିଳିତ ମଂଚ ପକ୍ଷରୁ ସପଥ ନିଆଯାଇଛି । ଏହି ଆନ୍ଦୋଳନ ସାରା ରାଜ୍ୟବ୍ୟାପି କରାଯିବ ବୋଲି ଶ୍ରୀ ଜେନା ଆହ୍ୱାନ ଦେଇଛନ୍ତି । ଏହି ଆନ୍ଦୋଳନ କ୍ରମଶଃ ବୃଦ୍ଧି ପାଉଛି । ଓଡିଶା ନିଗମ ଏହି କାରଖାନାକୁ ଚଳାଇବା ପାଇଁ ଦାବି କରାଯାଇଛି । ଏହି ଆନ୍ଦୋଳନକୁ ଶିକ୍ଷାବିତ୍ , ଆଇନଜିବୀ ଓ ସାମ୍ବାଦିକ ମାନେ ସମର୍ଥନ କରୁଛନ୍ତି । ଆଇ.ଏନ.ଟି.ୟୁ.ସିର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି, ସିପିଆଇଏମ ନେତା ପ୍ରଫୁଲ୍ଲ ନାୟକ, ମିଳିତ ମଂଚର ଆବାହକ ରଂଜନ ନାୟକ, ବାବୁଲି ପୃତି, ଅକ୍ଷୟ ମଲ୍କିକ ପ୍ରମୁଖ ବହୁ ନେତା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଏତାଦୃଶ୍ୟ ମନୋଭାବକୁ ତିବ୍ର ଆଲୋଚନା କରିଥିଲେ । ଉକ୍ତ ସଭାରେ ବାବୁଲି ପୃତି ଅଧ୍ୟକ୍ଷତ। କରିଥିଲେ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking