ନୃଶଂସତା: ଚୀନ୍‌ରୁ ଫେରିଥିବା ଅଫିସରଙ୍କୁ ଗୁଳି କରି ହତ୍ୟା କାଲା ଉତ୍ତର କୋରିଆ

ପ୍ୟୋଙ୍ଗୟାଙ୍ଗ: କରୋନା ଭାଇରସ ସାରା ବିଶ୍ୱରେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପରିସ୍ଥିତି ଏଭଳି ଭୟଙ୍କର ରୂପ ଧାରଣ କରିଛି ଯେ, ଅଧିକାଂଶ ଦେଶ ଏହାକୁ ନେଇ ବେଶ ଭୟଭୀତ ହୋଇ ପଡ଼ିଛନ୍ତି । ଏପରି କି ଏ ଦିଗରେ ଚରମ ପଦକ୍ଷେପ ନେବାପାଇଁ ମଧ୍ୟ ପଛାଉନାହାଁନ୍ତି । କରୋନା ମହାମାରୀ ଭାବେ ଦେଖାଦେଇଥିବା ଚୀନକୁ ଯିବାପାଇଁ ଭାରତ ସମେତ ଅନେକ ରାଷ୍ଟ୍ର ସ୍ପଷ୍ଟ ମନା କରିଦେଇଛନ୍ତି ଓ ସୀମା ସିଲ କରିଛନ୍ତି । ବିମାନ ଚଳାଚଳକୁ ବନ୍ଦ କରିଦିଆଯାଇଛି । କିନ୍ତୁ ଏଭଳି ପରିସ୍ଥିତି ହେଲାଣି କେତେକ ଦେଶ ଚୀନରୁ ଫେରୁଥିବା ନିଜର ନାଗରିକଙ୍କୁ ବି ସଂକ୍ରମଣ ଭୟରେ ହତ୍ୟା କରିବାକୁ ପଛାଉନାହାଁନ୍ତି । ଏଭଳି ଏକ ଅତି ସାଂଘାତିକ ଓ ଦୁଃଖଦ ଘଟଣା ଘଟିଛି ଉତ୍ତରକୋରିଆରେ । ଯାହାକୁ ନେଇ ସମଗ୍ର ବିଶ୍ୱ ଏବେ ଚକିତ ହୋଇଛି । ଉତ୍ତରକୋରିଆ ସରକାରଙ୍କ ନିଷ୍ପତ୍ତି ଏବେ ତାଙ୍କ ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି ।
ମିଳିଥିବା ଖବର ଅନୁସାରେ କୋରାନ ପ୍ରତି ଉତ୍ତରକୋରିଆ ଭୟଙ୍କର ଆଭିମୁଖ୍ୟ ପୋଷଣ କରିଛି ।  ଚୀନରୁ ଫେରିଥିବା ନିଜ ଦେଶର ଜଣେ  ଅଫିସରଙ୍କୁ ଗୁଳି କରି ହତ୍ୟା କରିଛି ଉତତ୍ତରକୋରିଆ । ଏପରିକି ନିକଟ ଅତୀତରେ ଚୀନ୍‌ରୁ ଫେରିଥିବା ଅଥବା ଚୀନ୍ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଇସୋଲେସନ ୱାର୍ଡରେ ୧୪ ଦିନ ରଖାଯିବାକୁ ସୁପାରିସ କରିଥିବାବେଳେ ଉତ୍ତର କୋରିଆ ସରକାର ଏହାକୁ ୩୦ଦିନକୁ ବୃଦ୍ଧି କରିଛି । ଦେଶରେ ରହିଥିବା ବିଦେଶୀଙ୍କ ପ୍ରତି ମଧ୍ୟ ଏହା ଲାଗୁ କରାଯାଇଛି । ସମସ୍ତ ବିଦେଶୀ ବିନା ପ୍ରତିବାଦରେ ସରକାରଙ୍କ ଏହି ନିର୍ଦ୍ଦେଶକୁ ପାଳନ କରିବାକୁ କୁହାଯାଇଛି । ସେଠାରେ ଅଦ୍ୟାବଧି କୌଣସି ବ୍ୟକ୍ତି କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବାର ଜଣାପଡ଼ିନାହିଁ । କିନ୍ତୁ ଏହା ଯେପରି ଚୀନ୍‌ରୁ ପ୍ରସାର ନହେବ ସେନେଇ ଉନ୍ ଅତ୍ୟନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କିଛିଦିନ ତଳେ ଚୀନ୍‌ରୁ ଫେରିଥିବା ଦେଶର ଜଣେ ବାଣିଜ୍ୟିକ ଅଧିକାରୀଙ୍କୁ ଉନ୍‌ଙ୍କ ନିର୍ଦ୍ଦେଶକ୍ରମେ ଗୁଳି କରି ହତ୍ୟା କରାଯାଇଛି ।