40.1 C
Bhubaneswar
Thursday, April 25, 2024
Homeଓଡିଶାଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ସାମ୍ବାଦିକଙ୍କ ଉପରୁ ରୁଲିଂ ପ୍ରତ୍ୟାହାର ଦାବୀରେ, ଦିନ ୩ଟା ଯାଏଁ...

ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ସାମ୍ବାଦିକଙ୍କ ଉପରୁ ରୁଲିଂ ପ୍ରତ୍ୟାହାର ଦାବୀରେ, ଦିନ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର :ଆଜି ବିଧାନସଭା ବଜେଟ୍ ଅଧିବେଶନରେ ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖାଦେଇଛି । ତେବେ ପ୍ରଥମେ ଦିନ ସଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ପୁଣି ସାଢେ ୧୧ଟାରୁ ଅଳ୍ପ ସମୟ ଚାଲିବା ପରେ ଅର୍ଥାତ ୪ ମିନିଟ୍ ଚାଲିବା ପରେ ପୁଣି ସାମ୍ବାଦିକଙ୍କୁ ଗତକାଲିର ଗ୍ୟାଲେରିରେ ଅଫିସର ଉପସ୍ଥିତ ନଥିବା ପ୍ରସଙ୍ଗ ନଛାପିବା ପାଇଁ ଯେଉଁ ରୁଲିଂ ଦେଇଥିଲେ ବାଚସ୍ପତି ସେନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏହି ରୁଲିଂ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ ଉଭୟ ବିରୋଧୀ ଦଳ ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅନ୍ୟ ନେତା ଏବଂ ବିଜେପି ଦଳ ମଧ୍ୟ ଏହି ରୁଲିଂ ପ୍ରତ୍ୟାହାର କରିବାକୁ ବାଚିସ୍ପତିଙ୍କୁ ଦାବୀ କରିଥିଲେ। ଏହାପରେ ଗୃହରେ ଉଭୟ ବିରୋଧୀ ଦଳ ପ୍ରବଳ ହଙ୍ଗାମା କରିଥିଲେ । ଏହା ସହ ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି କରିଥିଲେ । ବାଚସ୍ପତି ଉଭୟ ଦଳଙ୍କୁ ନିଜ ନିଜ ସିଟରେ ବସିବା ପାଇଁ କହିଥିଲେ ମଧ୍ୟ କେହି ଶୁଣି ନଥିଲେ । ଫଳରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରି ନଥିଲା । ଗୃହରେ ଶାନ୍ତି ପାଇଁ ବାଚସ୍ପତି ସୂର୍ଯ୍ୟ ପାତ୍ର ଦିନ ୩ଟା ଯଏଁ ଯାଏଁ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking