31.1 C
Bhubaneswar
Tuesday, May 7, 2024
Homeଅପରାଧଖୋଲୁଛି ସେକ୍ସ ରାକେଟ ଗୁମର: ଧନୀ ଘର ଯୁବକ ଥିଲେ ଟାର୍ଗେଟ

ଖୋଲୁଛି ସେକ୍ସ ରାକେଟ ଗୁମର: ଧନୀ ଘର ଯୁବକ ଥିଲେ ଟାର୍ଗେଟ

ଭୁବନେଶ୍ୱର : ବାଂଲାଦେଶୀ ଦେହଜୀବୀ ଧରାପଡ଼ିବା ପରେ ସେକ୍ସ କାରବାରର ଗୁମର ଖୋଲିବାରେ ଲାଗିଛି। ଏମାନେ କେବଳ ସେକ୍ସ କାରବାରରେ ଲିପ୍ତ ନଥିଲେ, ଧନୀ ଘରର ଯୁବକମାନଙ୍କୁ ନିଜର ମାୟା ଜାଲରେ ଫସାଉଥିଲେ। ପରେ ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ହୋଟେଲକୁ ଡାକି ସର୍ବସ୍ୱ ଲୁଟି ନେଉଥିଲେ। ଶାରୀରିକ ସମ୍ପର୍କ ର ଭିଡିଓ ରଖି ବ୍ଲାକ ମେଲ କରି ପଇସା ଲୁଟୁଥିଲେ ଯଦି କେହି ପ୍ରତିବାଦ କରିବାକୁ ଚେଷ୍ଟା କରୁଥିଲା, ତେବେ ତାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫସାଇକୁ ଧମକ ଦେଉଥିଲେ। ଭୟରେ ଲୋକେ ତାଙ୍କୁ ଦାବି ମୁତାବକ ଟଙ୍କା ଦେଉଥିଲେ। କମିସନ‌ରେଟ୍ ପୁଲିସ ହାତରେ ଧରାପଡ଼ିଥିବା ୫ଜଣ ଦଲାଲମାନଙ୍କଠାରୁ ଆଜି ଏଭଳି ତଥ୍ୟ ପାଇଛି କମିସନରେଟ୍ ପୁଲିସ।
ସେହିପରି କ୍ରାଇମ ବ୍ରାଞ୍ଚର ଏସଟିଏଫ୍ ଗିରଫ କରିଥିବା ସେକ୍ସ ରାକେଟ ଦଲାଲ ଇବ୍ରାହିମ ଖାନ ଓ ଦିଦି ଅଞ୍ଜଳିଙ୍କୁ କମିସନରେଟ୍ ପୁଲିସ ରିମାଣ୍ଡ ନେବାକୁ ଯୋଜନା କରୁଛି। ରିମାଣ୍ଡରେ ନେବା ପରେ ରାଜଧାନୀର ଆଉ କେଉଁ ଅଞ୍ଚଳରେ ବାଂଲାଦେଶୀ ଯୁବତୀ ଅଛନ୍ତି, ସେନେଇ ତଥ୍ୟ ସଂଗ୍ରହ କରିବା ସହ ସେକ୍ସ ରାକେଟ ଓ ମାନବ ଚାଲାଣ ସମ୍ପର୍କରେ ମଧ୍ୟ ଅଧିକ ତଥ୍ୟ ହାସଲ କରିବ କମିସନରେଟ ପୁଲିସ। ସେହିପରି ଆଉ ଏକ ଟିମ୍ କୋଲକାତା ଯାଇ ଘଟଣାର ଛାନିଭିନ୍ କରିବା ସହ ମାଷ୍ଟରମାଇଣ୍ଡ ସୁନୀଲ ମେହେରକୁ ଧରିବାକୁ ଉଦ୍ୟମ କରିବ। ବାଲଂଦେଶୀମାନେ ବେଆଇନ ଭାବେ ଦେଶ ଭିତରକୁ ପଶୁଛନ୍ତି, ଏ ସମ୍ପର୍କରେ ବିଏସଏଫ୍‌କୁ ମଧ୍ୟ ଅବଗତ କରାଯିବ ବୋଲି ଏସଟିଏଫର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking