34.1 C
Bhubaneswar
Thursday, April 25, 2024
Homeଅପରାଧକଣ୍ଡୋମ ବ୍ୟବହାର କରିବାକୁ କହିବାରୁ ଦେହଜୀବୀଙ୍କୁ ଏମିତି କଲେ ଯୁବକ...

କଣ୍ଡୋମ ବ୍ୟବହାର କରିବାକୁ କହିବାରୁ ଦେହଜୀବୀଙ୍କୁ ଏମିତି କଲେ ଯୁବକ…

ବେଙ୍ଗାଲୁରୁ: ଏଡ୍ସ ନିରାକରଣ ପାଇଁ ସରକାରୀସ୍ତରରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଥିବା ଦେଖାଯାଉଛି । କିନ୍ତୁ ଏଥିରୁ କିଛି ଯୁବକ ନିବୃତ ରହୁଛନ୍ତି । ଏପରି ଗୋଟେ ଘଟଣା ସାମ୍ନାକୁ ଆସିଛି ଯାହା ଉକ୍ତ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ଘଟିଛି ବେଙ୍ଗାଲୁର ଗାୟତ୍ରୀନଗରରେ । ସେଠାରେ ଜଣେ ଯୁବକ ଦେହଜୀବୀଙ୍କ ବେକକୁ ବ୍ଲେଡରେ କାଟି ହତ୍ୟା କରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଘଟଣାରୁ ପ୍ରକାଶ ଯେ, ସେହି ଅଂଚଳରେ ଦେହଜୀବୀ ଜଣକ ଜନୈକ ଯୁବକଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ସମୟରେ କଣ୍ଡୋମ ବ୍ୟବହାର କରିବାକୁ କହିବାରୁ ଅଭିଯୁକ୍ତ ଯବୁକ ରାଗରେ ତାଙ୍କ ବେକକଳୁ ବ୍ଲେଡରେ କାଟି ଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଘଟଣାଟି ବେଙ୍ଗାଲରୁରର ଗାୟତ୍ରୀନଗରରେ ଘଟିଥିବା ବେଳେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ପରେ ପୁଲିସ ଅଭିଯୁକ୍ତକୁ ସବୁ କଥା ପଚାରିବା ପରେ ସେ ପୁଲିସ ଆଗରେ ଏପରି କାଣ୍ଡ ଭିଆଇଥିବା କଥା ମାନିଥିଲେ ।
ପୁଲିସ ସୂଚନା ମୁତାବକ, ଜାନୁଆରି ୧୧ ତାରିଖ ଦିନ ୧ଟାରେ ମୁକୁନ୍ଦ ବସକୁ ଅପେକ୍ଷା କରି ଠିଆ ହୋଇଥିବା ବେଳେ ପୀଡ଼ିତାଙ୍କୁ ଭେଟିଥିଲେ। କିଛି ସମୟ କଥା ହେବା ପରେ ପୀଡ଼ିତା ମୁକୁନ୍ଦଙ୍କୁ ୨,୫୦୦ଟଙ୍କାରେ ଶାରୀରିକ ସଂପର୍କ ରଖିବା ପାଇଁ ପ୍ରସ୍ତାବ ରଖିଥିଲେ। ପୀଡ଼ିତାଙ୍କଠାରୁ ଏଭଳି ପ୍ରସ୍ତାବ ପାଇ ଖୁସି ହେବା ସହ ୨,୫୦୦ପରିବର୍ତ୍ତେ ୧,୫୦୦ଟଙ୍କା ଦେବାକୁ କହିଥିଲେ ମୁକୁନ୍ଦ। ଏହା ପରେ ପୀଡ଼ିତା ଓ ଅଭିଯୁକ୍ତ ଦୁହେଁ ବସରେ ଯିବା ପରେ ବସ ଷ୍ଟାଣ୍ଡରୁ ଅଟୋରେ ନେଇ ଦୁହେଁ ପୀଡ଼ିତାଙ୍କ ବାସଭବନରେ ପହଞ୍ଚିଥିଲେ।
ଘରେ ପହଞ୍ଚିବା ପରେ ପୀଡ଼ିତାଙ୍କୁ ମୁକୁନ୍ଦ ୧,୫୦୦ଟଙ୍କା ଦେବା ପରେ ପୀଡ଼ିତା ମୁକୁନ୍ଦଙ୍କୁ କଣ୍ଡୋମ ବ୍ୟବହାର କରିବାକୁ କହିଥିଲେ। କିନ୍ତୁ ମୁକୁନ୍ଦ କଣ୍ଡୋମ ପିନ୍ଧିବାକୁ ମନା କରିବା ସହ ଦେଇଥିବା ଟଙ୍କା ଫେରାଇ ଦେବାକୁ କହିଥିଲେ। କିନ୍ତୁ ପୀଡ଼ିତା ଟଙ୍କା ଫେରାଇବାକୁ ମନା କରିବା ସହ ପାଟି କଲେ ଲୋକଙ୍କୁ ଡ଼ାକିବାର ଧମକ ଦେଇଥିଲେ। ଏହା ପରେ ମୁକୁନ୍ଦ ପାଖରେ ଥିବା ବ୍ଲେଡ ବାହାର କରି ପୀଡ଼ିତାଙ୍କ ବେକକୁ କାଟି ଦେଇଥିଲା । ପରେ ପୀଡ଼ିତାଙ୍କ ଦୁଇଟି ଫୋନ ସହ ସୁନା ଚେନ୍ ଧରି ଫେରାର ହୋଇଯାଇଥିଲେ।ପରେ ପୁଅ ଘରକୁ ଫେରି ମା’କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ଦେଖି ପୁଲିସକୁ ସୂଚନା ଦେଇଥିଲା। ଘଟଣାସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ ଆରମ୍ଭ କରିବା ସହ ମହିଳାଙ୍କ ଫୋନର ଲୋକେସନ ଚେକ୍ କରିବା ପରେ ଫୋନଟି ମଜେଷ୍ଟିକ୍ ବସ ଷ୍ଟାଣ୍ଡ ପାଖରେ ଥିବା ଜାଣିବାକୁ ପାଇଥିଲା ପୁଲିସ। ଯାହା ଜରିଆରେ ପୁଲିସ ମୁକୁନ୍ଦଙ୍କ ପାଖରେ ପହଞ୍ଚି ତାକୁ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking