32.1 C
Bhubaneswar
Saturday, May 4, 2024
Homeଅପରାଧଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ

ଦୁଷ୍କର୍ମକାରୀକୁ ୧୦ ବର୍ଷ କାରାଦଣ୍ଡ

ଅନୁଗୁଳ : ଜଣେ ନାବାଳିକା ଦୁଷ୍କର୍ମକାରୀ ଘଟଣାର ବିଚାର କରି ପୋକ୍ସୋ ଜଜ୍ ପ୍ରଭାକର ଗଣ୍ଠିଆ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ୨୦୧୩ ମାର୍ଚ୍ଚ ୨୦ ତାରିଖରେ ରେଙ୍ଗାଳୀ ଥାନା ବାଲିପଶି ଗ୍ରାମର ଭୀମସେନ ସାମଲଙ୍କ ପୁଅ ପ୍ରଶାନ୍ତ ସାମଲ (୨୫) ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ତା ସହିତ ଦୁଷ୍ମର୍ମ କରିଥିଲା । ପରେ ସମ୍ପୃକ୍ତା ନାବାଳିକାକୁ ବିବାହ କରିବାକୁ ରାଜି ନହେବାରୁ ସମ୍ପୃକ୍ତା ନାବାଳିକାଙ୍କ ପକ୍ଷରୁ ରେଙ୍ଗାଳୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଉକ୍ତ ଅଭିଯୋଗକୁ ଭିତି କରି ଏକ କେସ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ସୋମବାର ମାନ୍ୟବର ପୋକ୍ସୋ ଜଜ୍ ଶ୍ରୀ ଗଣ୍ଠିଆ ୧୫ ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ଏହି କେସର ଶୁଣାଣି କରି ଅଭିଯୁକ୍ତ ପ୍ରଶାନ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜୋରିମନା ଆଦେଶ କରିଛନ୍ତି । ଜୋରିମନା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସରୋଜ କୁମାର ପଟ୍ଟନାୟକ କେସ୍ ପରିଚାଳନା କରିଥିଲେ ।
https://onakhabar.com/2020/01/21/maobadi-surronder/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking