ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଥମିବାରେ ନାଁ ଧରୁନ ହାତୀ ଉପଦ୍ରବ। ଶୁକ୍ରବାର ବିଳମ୍ବିତ ରାତିରୁ ଏକ ଦନ୍ତା ହାତୀ ବିଭିନ୍ନ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରିବା ସହ ଘର ଭାଙ୍ଗିବାରେ ଲାଗିଥିବା ବେଳ ଶୁକ୍ରବାର ଦନ୍ତା ହାତୀ ଉପଦ୍ରବର ସୀମାଟପି ଯାଇଛି। ଅଞ୍ଚଳବାସୀ ଦନ୍ତାକୁ ବନବିଭାଗ ସହାୟତାରେ ଘଉଡାଉଥିବାରୁ ଦନ୍ତାଟି ରାଗିଯାଇ ଜଣେ ନାବାଳିକାକୁ ଟେକି କଚାଡି ଦେବା ସହ ପାଦରେ ଦଳି ମାରଦେଇଥିବା ଜଣାପଡିଛି। ମୃତ ନାବାଳିକା ଜଣଙ୍କ ହରିହରପୁର ଗ୍ରାମର ସ୍ୱର୍ଗତ ରଘୁନାଥ ମହାନ୍ତଙ୍କ ଝିଅ ସସ୍ମିତା ମହାନ୍ତ ବୋଲି ଜଣାପଡିଛି । ସସ୍ମିତା ଶନିବାର ନବୋଦୟ ପ୍ରବେଶିକା ପାଇଁ ଘରେ ପାଠ ପଢୁଥିବା ବେଳେ ହାତୀ ସସ୍ମିତାଙ୍କୁ ଘରୁ ଟାଣିଆଣି ପାଦରେ ଦଳିଦେଇଥିଲା । ଦୁର୍ଭାଗ୍ୟ ଯେ ଗତବର୍ଷ ସସ୍ମିତାଙ୍କ ପିତା ରଘୁନାଥଙ୍କ ବଜ୍ରପାତରେ ମୃତ୍ୟୁବରଣ କରିଥିଲେ । ଘରେ ମାଆ ସୈରେନ୍ଦ୍ରୀଙ୍କ ସହ ଥିବା ବେଳେ ଏହି ଅଘଟଣ ଘଟିଥିଲା। ଏ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ଯୋଗୁଁ ଏ ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।