34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଜଳିଗଲା ବସ୍ : ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ

ଜଳିଗଲା ବସ୍ : ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର କନୌଜରେ ଶୁକ୍ରବାର ଏକ ଭୟାବହ ବସ୍ ଦୁର୍ଘଟଣା ଘଟିଛି। ଏଥିରେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ବସ୍‌ରେ ପ୍ରାୟ ୭୦ ଜଣ ଯାତ୍ରୀ ରହିଥିଲେ। ଅନ୍ୟମାନେ ବସ୍‌ରୁ ଡେଇଁ ଜୀବନ ରକ୍ଷା କରିବାକୁ ସମର୍ଥ ହୋଇଛନ୍ତି। ୨୧ଜଣ ଯାତ୍ରୀ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ଓ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଫରୁଖାବାଦର ବିମଳ ବସ୍ ସର୍ଭିସର ବସ୍‌ଟି ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାବେଳେ ଜୟପୁର ଯାଉଥିବା ବେଳେ ଦିଲ୍ଲୀ-କାନପୁର ହାଇୱେର ଚିବ୍‌ରାମାଉ ଥାନା ଅଂଚଳରେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଟ୍ରକ୍‌ଟିରେ କିଛି ଦହନଶୀଳ ପଦାର୍ଥ ରହିଥିବ‌ାରୁ ସଂଗେ ସଂଗେ ନିଆଁ ଲାଗି ଯାଇଥିଲା ଏବଂ ବସ୍‌ର ଇନ୍ଧନ ଟାଙ୍କି ଫାଟିଯିବାରୁ ତତ୍‌କ୍ଷଣାତ୍ ବସ୍‌ଟି ଜଳିବାକୁ ଆରମ୍ଭ କରିଥିଲା। ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ଶୋଇ ଯାଇଥିଲେ ଏବଂ ସମସ୍ତ ଝରକା ମଧ୍ୟ ବନ୍ଦ ଥିଲା।
ତେଣୁ ଅନେକ ଯାତ୍ରୀ ଭିତରେ ରହି ଯାଇଥିଲେ । ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ତଦାରଖ କରିଥିଲେ। ଗୁରୁତର ଆହତ ହୋଇଥିବା ୨୧ ଯାତ୍ରୀଙ୍କୁ ହସ୍ପିଟାଲକୁ ଚିକତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ବସ୍ ଭିତରେ ୨୦ ଜଣ ଯାତ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିଲେ। ଏ ଯାଏ ସେମାନଙ୍କ ପରିଚୟ ମିଳି ପ‌ାରିନାହିଁ। ତେବେ ମୃତ୍ୟୁ ସଂଖ୍ୟା ଅଧିକ ହେବ ବୋଲି ଆଶଙ୍କା କରାଯାଉଛି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣା ପରେ ଏସ୍‌ପି ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆହତଙ୍କ ସମସ୍ତ ଚିକିତ୍ସା ବ୍ୟବସ୍ଥା ଏବଂ ଘରେ ପହଞ୍ଚିବା ବ୍ୟବସ୍ଥା କରାଇବାକୁ କହିଛନ୍ତି। ଏହାଛଡ଼ା ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘେ‌ାଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking