27.1 C
Bhubaneswar
Tuesday, May 7, 2024
Homeଅପରାଧଶିକାର କରିବା ବେଳେ ଶିକାରୀ ଗିରଫ

ଶିକାର କରିବା ବେଳେ ଶିକାରୀ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ମହିଧରପୁର ପଞ୍ଚାୟତ ସେରେଣାବେଡ଼ା ଜଙ୍ଗଲ ନିକଟରେ ବନ ବିଭାଗ ଚଢାଉ କରି ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିଦ୍ୟୁତ ତାର ଓ ଫାସ ଜବତ ହୋଇଛି।
ସୂଚନା ଅନୁଯାୟୀ, , ଶନିବାର ବିଳମ୍ବିତ ରାତିରେ ଫରେଷ୍ଟର ସୁଷମା ପଣ୍ଡା ଓ ତାଙ୍କ ସହଯୋଗୀ କୌଣସି ସୂତ୍ରରୁ ଖବର ପାଇଥିଲେ। ଏହାପରେ ସେମାନେ ଚଢାଉ କରିଥିଲେ। ଜଙ୍ଗଲ ନିକଟରେ ୧୧ କେଭି ବିଦ୍ୟୁତ ତାର ଯାଇଥିବା ବେଳେ , ସେହି ତାର ହୁକିଂ କରି ଜିଆଇ ତାର ସାହାଯ୍ୟରେ ଜନ୍ତୁ ମାରିବା ପାଇଁ ଶିକାରୀ ଫାସ ବସାଇଥିଲେ। ଫରେଷ୍ଟର ବିଦ୍ୟୁତ ବିଭାଗ ଜେଇଙ୍କ ସହଯୋଗରେ ଏହି ଫାସକୁ ଜବତ କରିବା ସହ ଘଟଣାସ୍ଥଳରୁ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଥିଲେ। ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିବା ନେଇ ସୂଚନା ମିଳିଛି।
https://onakhabar.com/2019/12/14/3-plfi-member-arrested/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking