ମୁମ୍ବାଇ: କପିଲ ଶର୍ମାଙ୍କ ଫ୍ୟାନମାନଙ୍କ ପାଇଁ ରହିଛି ଖୁସିର ଖବର | ବାପା ହେଲେ କମେଡି କିଙ୍ଗ୍ କପିଲ୍ ଶର୍ମା । ତାଙ୍କ ପତ୍ନୀ ଗିନ୍ନି ଚତର୍ଥ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଜି ଭୋର୍ ୩ଟା ୨୩ରେ କପିଲ୍ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ। ତା’ସହିତ ତାଙ୍କ ଝିଅକୁ ସମସ୍ତେ ଆଶୀର୍ବାଦ କରନ୍ତୁ ବୋଲି ଶୋସିଆଲ ମିଡିାରେ ନିବେଦନ ମଧ୍ୟ କରିଥିଲେ ।
କପିଲ୍ ଏହି ଟ୍ୱିଟ୍ କରିବା ମାତ୍ରେ ହିଁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଥିଲା। ରକୁଲ୍ ପ୍ରୀତ୍, ଦିଆ ମିର୍ଜା, ଅକ୍ଷୟ କୁମାର୍, ଗୁରୁ ରନ୍ଧାୱା, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଓ ସାଇନା ନେହ୍ୱାଲ୍ଙ୍କ ପରି ଅନେକ ବଲିଉଡ୍ ସେଲେବ୍ରିଟି, ସ୍ପୋର୍ଟ୍ସ ତାରକା ଓ ରାଜନେତା କପିଲ୍ଙ୍କୁ ଟ୍ୱିଟ୍ରରେ ଶୁଭେଚ୍ଛା ଜଣାଇଛନ୍ତି।କପିଲ୍ ଓ ଗିନ୍ନିଙ୍କ ବାହାଘର ଗତ ଡିସେମ୍ବର ୧୫ ତାରିଖରେ ହୋଇଥିଲା। କପିଲ୍ଙ୍କ ହୋମ୍ଟାଉନ୍ ଅମୃତସର୍ରେ ଏହି ବାହାଘର ହୋଇଥିଲା। ଏମାନେ ଦୁଇ ଥର ବାହା ହୋଇଥିଲେ। ପ୍ରଥମେ ହିନ୍ଦୁ ପରମ୍ପରା ଅନୁଯାୟୀ ଓ ପରେ ଶିଖ୍ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ଏପରିକି ଦୁଇଟି ରିସେପ୍ସନ୍ ମଧ୍ୟ ହୋଇଥିଲା। ଗୋଟିଏ ମୁମ୍ବାଇରେ ଓ ଆଉଗୋଟେ ଅମୃତସର୍ରେ।