40.1 C
Bhubaneswar
Thursday, April 25, 2024
Homeଅପରାଧମନ୍ଦିରରେ ଆତ୍ମହତ୍ୟା କଲେ ଯୁବକ..

ମନ୍ଦିରରେ ଆତ୍ମହତ୍ୟା କଲେ ଯୁବକ..

କୋରାପୁଟ : କୋରାପୁଟ ଜୟପୁରରେ ଘଟିଛି ଏକ ଅଭାବନୀୟ ଘଟଣା | ବୈପାରୀଗୁଡାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ମନ୍ଦିରରେ ଜଣେ ଯୁବକ ଆତ୍ମହତ୍ୟା କରିଥିବାର ଜଣା ପଡିଛି । ବେକରେ ରଶି ଲଗାଇ ଜଣେ ଯୁବକ ମନ୍ଦିରରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଏଯାଏଁ ମୃତକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ବୟସ ୨୫ ବର୍ଷ ହେବ ବୋଲି ସ୍ତାନୀୟ ଲୋକେ ଅନୁମାନ କରୁଛନ୍ତି । ବୈପାରିଗୁଡା ପୋଲିସ ପହଂଚି ଘଟଣାର ତଦନ୍ତ ଜାରି ରଖିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ମନ୍ଦିରରେ ଜଣେ ଯୁବକ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟଲୋକଙ୍କ ଦେଖିବାକୁ ମିଳିଥିଲା । ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ତେବେ ଯୁବକଙ୍କ ଆତ୍ମହତ୍ୟାର କାରମ ଏବଂ ତାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking