ଟ୍ରକ୍‌ ପଛରେ ପିଟିହେଲା ଟ୍ରକ୍‌, ଡ୍ରାଇଭର ମୃତ

ଅନୁଗୋଳ: ଦେଶରେ ସଡକ ସୁରକ୍ଷା ନିମନ୍ତେ ନିୟମ ଯେତେ କଡାକଡି ଲାଗୁ ହେଲେ ସୁିଦ୍ଧା ପ୍ରତିଦିନ ସଡକ ଦୁର୍ଘଟଣାରେ ଜୀବନ ହାନି ଘଟୁଥିବାର ଦେଖିବାକୁ ମିଳୁଛି | ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା |ଏଠାରେ ଗୋଟିଏ ଟ୍ରକ୍‌ ଅନ୍ୟ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେବାରୁ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ତେବେ ମୃତକ ଜଣକ ଜିତୁ ପ୍ରଧାନ ଏବଂ ତାଙ୍କର ବୟସ ୨୭ ବର୍ଷ ବୋଲି ଜଣା ପଡିଛି । ତାଙ୍କ ଘର ଅନୁଗୋଳ ଜିଲ୍ଲା ଗଞ୍ଜଡ଼ା ଗାଁରେ ହୋଇଥିବା ବେ‌ଳେ ଗତକାଲି ରାତି ପ୍ରାୟ ଦୁଇଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁଇଟି ଟ୍ରକ୍‌ ତାଳଚେରରୁ କୋଇଲା ନେଇ ଆସୁ ଥିବା ବେଳେ ଦୁର୍ଘଟଣା ଘଟିଥିଲା। ଜିତୁ ପ୍ରଧାନ କୌଣସି କାରଣରୁ ତାଙ୍କ ଟ୍ରକ୍‌ରୁ ଭାରସାମ୍ୟ ହରାଇଥିଲେ ଓ ଆଗରେ ଯାଉଥିବା ଅନ୍ୟ ଟ୍ରକ୍‌ର ପଛରେ ପିଟି ଦେଇଥିଲେ। ଖବର ପାଇ ବଅଁରପାଳ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରେ ଚାପି ହୋଇ ରହିଥିବା ଜିତୁଙ୍କ ମୃତଦେହକୁ କାଢ଼ିଥିଲେ। ତାଙ୍କ ମୃତଦେହ କାଢ଼ିବା ପାଇଁ ବହୁତ ସମୟ ଲାଗିଥିଲା। ସକାଳ ପ୍ରାୟ ଆଠଟା ବେଳେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଏହାପରେ ମୃତଦେହକୁ ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା ।