25.1 C
Bhubaneswar
Thursday, May 9, 2024
Homeଅପରାଧସ୍କୁଲରେ ମାତାଲ ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ 

ସ୍କୁଲରେ ମାତାଲ ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ 

ଯାଜପୁର: ସ୍କୁଲରେ ମାତାଲ ଶିକ୍ଷକଙ୍କ  କଙ୍ଗାରୁ କୋର୍ଟ। ଶିକ୍ଷାଦାନ ବଦଳରେ ଛାତ୍ରଛାତ୍ରୀଙ୍କୁ ରାସ୍ତା ଉପରେ ଆଣ୍ଠେଇ ଦେଲେ ମଦ୍ୟପ ଶିକ୍ଷକ। ପିଲାମାନେ ବିଳମ୍ବରେ ଆସିବାକୁ ନେଇ ପ୍ରତିବାଦ କରିବାରୁ ଏଭଳି ଦଣ୍ଡ ଦେଲେ ମାତାଲ ଶିକ୍ଷକ। ଏଭଳି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଲେମ୍ବୋ ପଂଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟରେ।
ତେବେ ସ୍କୁଲକୁ ସଂପୃକ୍ତ ଶିକ୍ଷକ ସବୁଦିନ ବିଳମ୍ବରେ ଆସନ୍ତି। ସବୁଦିନ ଏଭଳି ହେବାରୁ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଥିଲେ। ପିଲାଙ୍କ ପ୍ରତିବାଦକୁ ଦେଖି ସେମାନଙ୍କୁ ସ୍କୁଲ ଆଗରେ କାନଧରି ଆଣ୍ଠେଇ ଦେଇଥିଲେ ଶିକ୍ଷକ ମକରନ୍ଦ ମହାନ୍ତ।
ତେବେ ଘଟଣା ପରେ ଗ୍ରାମବାସୀମାନେ ବିରୋଧ କରିବାରୁ ମାତାଲ ଶିକ୍ଷକଜଣଙ୍କ ପିଲାମାନଙ୍କ ସହ ରାସ୍ତା ଉପରେ ବସିବା ସହ ତାଙ୍କ ଫଟୋ ଉଠାଇବା ପାଇଁ କହିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି ଶିକ୍ଷକ ହୋଇ ଯଦି ସ୍କୁଲକୁ ମଦ ପିଇ ଆସିବେ ତେବେ ପିଲା ସେମାନଙ୍କ ଠାରୁ କ’ଣ ଶିଖିବେ?

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking